ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କୁ ମିଳିଲା Z ସିକ୍ୟୁରିଟି । ଏହି ସୁରକ୍ଷା ଯୋଗାଇ ଦିଆଯାଇଥିବା ନେଇ ରାଜ୍ୟର ଗୃହ ବିଭାଗ ପକ୍ଷରୁ ସୂଚନା ମିଳିଛି । ନିଶାନ୍ତ କୁମାରଙ୍କ ବ୍ୟତୀତ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ବିଜୟ କୁମାର ସିହ୍ନାଙ୍କୁ ମଧ୍ୟ Z ସୁରକ୍ଷା ମିଳିବ। ପୂର୍ବରୁ ସିହ୍ନାଙ୍କୁ Z-ପ୍ଲସ୍ ସୁରକ୍ଷା ଦିଆଯାଇଥିଲା, ଅର୍ଥାତ୍ ବର୍ତ୍ତମାନ ତାଙ୍କ ସୁରକ୍ଷା ହ୍ରାସ କରାଯାଇଛି। କ୍ୟାବିନେଟ୍ ବିସ୍ତାର ପରେ ବିଜୟ ସିହ୍ନାଙ୍କୁ କି ଦାୟିତ୍ୱ ମିଳିବ ତା ଉପରେ ସମସ୍ତଙ୍କ ନଜର ରହିବ । ସେହିଭଳି ବରିଷ୍ଠ JDU ନେତା ଶ୍ରବଣ କୁମାରଙ୍କୁ Y-ପ୍ଲସ୍ ସୁରକ୍ଷା ଦିଆଯାଇଛି ।
