ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୭ ପୌର ନିର୍ବାଚନରେ ମେୟର ଓ ପୌରାଧ୍ୟକ୍ଷଙ୍କ ପାଇଁ ହୋଇପାରେ ପରୋକ୍ଷ ନିର୍ବାଚନ । ତେବେ ୨୦୨୨ରେ ରାଜ୍ୟର ସମସ୍ତ ପୌର ସଂସ୍ଥାରେ ଅର୍ଥାତ୍, ମହାନଗର ନିଗମ, ମ୍ୟୁନିସିପାଲିଟି ଓ ଏନ୍ଏସିରେ ମେୟର ଏବଂ ପୌରାଧ୍ୟକ୍ଷ ପଦବି ପାଇଁ ସିଧାସଳଖ ନିର୍ବାଚନ ହୋଇଥିଲା। ସ୍ଥାନୀୟ ମତ ଦାତାମାନେ ନିଜ ପସନ୍ଦର ମେୟର/ପୌରାଧ୍ୟକ୍ଷ ନିର୍ବାଚିତ କରିଥିଲେ। କିନ୍ତୁ ଆସନ୍ତା ୨୦୨୭ ପୌର ନିର୍ବାଚନରେ ମେୟର ଓ ପୌରାଧ୍ୟକ୍ଷଙ୍କ ପାଇଁ ପରୋକ୍ଷ ନିର୍ବାଚନ ହେବ। ଅର୍ଥାତ୍ ନିର୍ବାଚିତ କର୍ପୋରେଟରମାନେ ମେୟର ଏବଂ କାଉନ୍ସିଲରମାନେ ପୌରାଧ୍ୟକ୍ଷ ବାଛିବେ। ଏଥିପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଓଡ଼ିଶା ମ୍ୟୁନିସିପାଲିଟି ଆକ୍ଟ, ୨୦୦୩ ଏବଂ ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍ ଆକ୍ଟ, ୨୦୦୩ରେ ସଂଶୋଧନ ଅଣାଯିବ।
