ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାମାକ୍ଷାନଗରରେ ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ରାଜସ୍ୱ ଅଧିକାରୀ ଓ ଜନଗଣନା ଅଧିକାରୀଙ୍କ ସହ ବୈଠକ ଡାକିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୬ରେ ହେଉଥିବା ଜନଗଣନା ହାଇଟେକ୍ ଜନଗଣନା । ଘର ଘର ଯାଇକି ଜନଗଣନା କରିବା ଏକ ଚ୍ୟାଲେଞ୍ଜ । ହିଟ୍ ଓ୍ୱେଭ୍ ଏକ ବଡ଼ ସମସ୍ୟା । ଜନଗଣନା ସମୟରେ କିଛି ଅଧିକାରୀଙ୍କ ଉପରେ ଆକ୍ରମଣ ହେଉଛି । କିଛି ଅସୁସ୍ଥ ହେବାର ମଧ୍ୟ ଖବର ଆସିଛି । ଶାରିରୀକ ସମସ୍ୟା ହିଟ୍ଓ୍ୱେବ୍ ପାଇଁ କି ନାହିଁ । ତାହା ପରୀକ୍ଷା ପରେ ହିଁ ଜଣାପଡିବ । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ । ଯେଉଁଠି ଆକ୍ରମଣ ହୋଇଛି । ସେହି ଘଟଣା ଉପରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି । ଅପରାଧୀଙ୍କ ସ୍ଥାନ ନାହିଁ । ଯିଏ ଆକ୍ରମଣର କରିଥିବ, ସେ ଦୋଷୀ ପାତାଳରେ ଲୁଚି ରହିଥିଲେ ବି ଖୋଜିକି ଆଣିବୁ । ଗୃହ ବିଭାଗ ସହ ଏନେଇ ଆଲୋଚନା କରାଯିବ ବୋଲି କହିଛନ୍ତି।
