ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାମାକ୍ଷାନଗରରେ ଜନଗଣନା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ । ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀ ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛିନ୍ତି। ତେବେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା। ଜନଗଣନା କର୍ମଚାରୀଙ୍କୁ ମାଡ଼ ମାରିବା ସହ ଜନଗଣନା କରୁଥିବା ଦିଦିଙ୍କ ଗାଡ଼ି ଭାଙ୍ଗିଲେ ଜନୈକ ବ୍ୟକ୍ତି l କର୍ମଚାରୀଙ୍କୁ ଆଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଜନଗଣନା କରେଇ ଦେଲେନି ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ l ଆକ୍ରମଣରେ ମହିଳା କର୍ମଚାରୀଙ୍କ ମୁହଁରେ ଆଘାତ ଲାଗିବା ସହ ପଥର ଧରି ମାରିବାକୁ ଗୋଡାଇଥିବା କହିଛନ୍ତି।