ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଶ୍ରେଣୀଗୃହରେ ରହିବ ଟ୍ରାନ୍ସପାରେଣ୍ଟ କବାଟ ଓ ଝରକା । କ୍ୟାମ୍ପସରୁ ପାର୍କିଂ ଯାଏଁ ସବୁଠି ଲାଗିବ CCTV । ତେବେ କ୍ୟାମ୍ପସରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି ଉଚ୍ଚଶିକ୍ଷା ବିଭାଗ। ସୁରକ୍ଷା ଦୃଷ୍ଟିରୁ କଲେଜ ଓ ବିଶ୍ବବିଦ୍ୟାଳୟର ଶ୍ରେଣୀ ଗୃହରେ ଲାଗିବ ଟ୍ରାନ୍ସପାରେଣ୍ଟ ଝରକା ଓ କବାଟ। ସିସିଟିଭି ସ୍କାନରରେ ରହିବ ପୂରା କ୍ୟାମ୍ପସ। ଗେଟ୍ରୁ ପାର୍କିଂ ଯାଏଁ ସବୁଠି ହେବ ଆଲୋକୀକରଣ। ଆଇସିସି ନଥିଲେ ବାତିଲ ହେବ କଲେଜର ମାନ୍ୟତା। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସବୁ ସରକାରୀ ଓ ବେସରକାରୀ କଲେଜ ଓ ବିଶ୍ବବିଦ୍ୟାୟଳୟ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ତାଗିଦ କରାଯାଇଛି। କ୍ୟାମ୍ପସକୁ କିଏ କେତେବେଳେ ଆସିଲା, କାହିଁକି ଆସିଲା ଏସମସ୍ତ ରେକର୍ଡ ରେଜିଷ୍ଟର୍ରେ ରହିବ। ଏପରିକି ସିକ୍ୟୁରିଟିମାନେ ମଧ୍ୟ କ୍ୟାମ୍ପସରେ ପାଟ୍ରୋଲିଂ କରିବେ। ଡିଜିଟାଲ ସାଇନେଜ ବୋର୍ଡ, ଆଇସିସି କମିଟିକୁ ନେଇ ତଥ୍ୟକୁ ସବୁ ସ୍ଥାନରେ ପ୍ରଦର୍ଶିତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି।
