ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆପ ଛାଡି ବିଜେପିରେ ମିଶିବା ପରେ ଜେନ୍‌ ଜି’ଙ୍କ ଟାର୍ଗେଟରେ ରାଘବ । ଦିନକରେ ଇନ‌ଷ୍ଟାଗ୍ରାମରେ ହରାଇଲେ ୧୦ ଲକ୍ଷ ଫଲୋୟର୍‌ । ତେବେ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କର ଇନଷ୍ଟାଗ୍ରାମରେ ୧୪.୬ ନିୟୁତ ଫଲୋୟର ଥିଲେ, କିନ୍ତୁ ଶନିବାର ଅପରାହ୍ଣ ୧ଟା ବେଳେ ତାଙ୍କ ଫଲୋୟର ସଂଖ୍ୟା ୧୩.୫ ନିୟୁତକୁ ଖସି ଆସିଥିଲା। ମାତ୍ର ୨୪ ଘଣ୍ଟା ଭିତରେ ୧ ନିୟୁତ ବା ପାଖାପାଖି ୧୦ ଲକ୍ଷ ଫଲୋୟର କମିଯାଇଥିିଲେ। ରାଜନୈତିକ ସମୀକ୍ଷକ ଏହାକୁ ଚଢ଼ାଙ୍କ ବିରୋଧରେ ଜେନ୍‌ ଜିଙ୍କ ପ୍ରତିକ୍ରିୟା ବୋଲି କହିଛନ୍ତି। ଇନଷ୍ଟାଗ୍ରାମରେ ଏକ ଭାଇରାଲ ଜେନ୍‌ ଜି ‘ଅନଫଲୋ’ ଅଭିଯାନ ଯୋଗୁଁ ରାଘବ ଚଢାଙ୍କ ଫଲୋୟର ୨୪ ଘଣ୍ଟା ମଧ୍ୟରେ ୧୦ ଲକ୍ଷ ହ୍ରାସ ପାଇଛି ବୋଲି ଏନସିପି (ଏସପି) ମୁଖପାତ୍ର ଅନିଶ ଗାୱାଣ୍ଡେ ଟ୍ୱିଟ୍ କରି କହିଛନ୍ତି। ଇଣ୍ଟରନେଟ୍ ଆପଣଙ୍କୁ ରାତାରାତି ହିରୋ ଓ ଜିରୋ କରିପାରେ ବୋଲି ଗାୱାଣ୍ଡେ କହିଛନ୍ତି।