ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମ ଆଦମୀ ପାର୍ଟିରୁ ଏକକାଳୀନ ସାତ ଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦୋବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି । ତେବେ ଏହା ମଧ୍ୟରେ ସାମାଜିକ କର୍ମୀ ଆନ୍ନା ହଜାରେ ନିଜର ପ୍ରତିକ୍ରିୟା ରଖିଥିବାର ଦେଖିବାକୁ ମିଳିଛି । ତେବେ ଆମ ଆଦମୀ ପାର୍ଟି ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ ଏବଂ ଏହି ସାଂସଦମାନଙ୍କ ପଳାୟନ ଦଳର ନେତୃତ୍ୱର ଅଭାବକୁ ସୂଚାଉଛି। ଗଣତନ୍ତ୍ରରେ ସମସ୍ତଙ୍କର ନିଜସ୍ୱ ମତାମତ ରଖିବାର ଅଧିକାର ରହିଛି ଏବଂ ରାଘବ ଚଢ଼ାଙ୍କ ସମେତ ଅନ୍ୟ ସାଂସଦମାନେ ନିଶ୍ଚିତ ଭାବେ କିଛି ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇଥିବେ, ଯେଉଁଥିପାଇଁ ସେମାନେ ଦଳ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଯଦି ଦଳ ଠିକ୍ ଆଦର୍ଶ ଓ ମାର୍ଗରେ ଚାଲିଥାଆନ୍ତା, ତାହାଲେ ଏହି ବରିଷ୍ଠ ନେତାମାନେ କେବେବି ଏଭଳି ନିଷ୍ପତ୍ତି ନେଇନଥାନ୍ତେ ବୋଲି ଆନ୍ନା ହଜାରେ ଜୋର ଦେଇ କହିଛନ୍ତି।