ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନିକିଆ ବିଧାନସଭା ସ୍ବତନ୍ତ୍ର ଅଧିବେଶନ ପାଇଁ ବଦଳିଲା ଭୁବନେଶ୍ବରର ଟ୍ରାଫିକ୍ ଗତିପଥ । ତେବେ ଅଧିବେଶନକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସହରରେ ସାମୟିକ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଛି। ଭୁବନେଶ୍ବର-କଟକ ପୁଲିସ କମିସନରେଟ୍ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ରୁ ଧଶରା ୨୮ (ଓଡ଼ିଶା ଆଇନ ୨୦୦୭ର ଧାରା ୮) ଓ ପୁଲିସ କମିସନରେଟ୍ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ଓ ରେଗୁଲେସନ୍ ୨୦୦୮ର ଧାରା ୩୭ ଅନୁସାରେ କଟକଣା ଜାରି କରାଯାଇଛି। ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ କେଶରୀ ଟକିଜ୍ ଠାରୁ ବାମ ପାର୍ଶ୍ବ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁଯାଇପାରିବେ। ଏଜି ଛକ ପଟୁ ପିଏମ୍ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ବରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନଗୁଡ଼ିକ ଲୋଏର୍ ପିଏମ୍ଜି ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ରାସ୍ତା ଦେଇ ଯାଇପାରିବେ। ୧୨୦ ବାଟାଲିଅନ୍ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନଗୁଡ଼ିକ ପାୱାର ହାଉସ୍ ଛକ ଦେଇ ଯିବେ। ଲୋକଭବନ ଛକପଟୁ ଏମ୍ଏଲ୍ଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହାନ ଗୁଡ଼ିକ ଶାସ୍ତ୍ରୀନଗର ଛକଦେଇ ଯିବେ ବୋଲି ସୂଚନା ମିଳିଛି ।
