ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ବଡ ପଦକ୍ଷେପ। ଏଣିକି କାମରେ ଲାଗିବ ଡ୍ରେନ୍ ପାଣି । ଜଳ ସଙ୍କଟକୁ ଦୃଷ୍ଟିରେ ରଖି ପାଣିକୁ କରାଯିବ ବିଶୋଧନ। ତେବେ ନାଳ, ନର୍ଦ୍ଦମାରେ ବୋହି ଯାଉଥିବା ଦୂଷିତ ଜଳକୁ ବିଶୋଧନ କରାଯାଇ ପୁନଃ ବ୍ୟବହାର ଯୋଗ୍ୟ କରାଯିବ । ଏହି ପାଣିକୁ କୃଷି, ଅଗ୍ନିଶମ ଓ ଶିଳ୍ପ କ୍ଷେତ୍ରରେ କରାଯିବ ବ୍ୟବହାର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ମନ୍ତ୍ରୀଙ୍କ କହିବା କଥା ଡ୍ରେନ୍ରେ ବହିଯାଉଥିବା ପାଣିକୁ କିଭଳି ବିଶୋଧନ କରାଯାଇ ପୁନଃ ବ୍ୟବହାର କରାଯାଇ ପାରିବ । ସେନେଇ ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ କୃଷ୍ଣ ମହାପାତ୍ର । ସେହିପରି ସହରାଞ୍ଚଳର ପୁଷ୍କରିଣୀ ପୁନଃରୁଦ୍ଧାର ହୋଇ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଯଥାଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
