ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): କେନ୍ଦ୍ରାପଡ଼ା ରାଜକନିକା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିଜେଡିର କ୍ଷୋଭ ପ୍ରକାଶ । ଏହାକୁ ବିରୋଧ କରି ଆସନ୍ତା ୨୪ ତାରିଖରେ ରାଜ ରାସ୍ତାକୁ ଓହ୍ଲାଇବ ବିଜୁ ମହିଳା ଜନତା ଦଳ । କେବଳ ଭୁବନେଶ୍ୱରରେ ନୁହେଁ ବରଂ ରାଜ୍ୟରେ ଏହି ସଂଘର୍ଷ ଚାଲିବ ବୋଲି ବିଜେଡିର ଚେତାବନୀ ।
ରାଜ୍ୟରେ ସରକାର ୧୮ ମାସ ମଧ୍ୟରେ ନିଜର ବିଫଳତା ଦେଖାଇଛି । ରାଜ୍ୟରେ ମହିଳା ଅସୁରକ୍ଷିତ । ରାଜକନିକା ଏକ ଘରୋଇ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ସ୍କୁଲର ୪ ଶିକ୍ଷକ ଏହି ଗଣଦୁଷ୍କର୍ମରେ ସାମିଲ ଅଛନ୍ତି । ଏହି ୪ ଅଭିଯୁକ୍ତ ଙ୍କୁ ଗିରଫ କରିବା କେବଳ ସମାଧାନ ନୁହେଁ, ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ତଦନ୍ତର ପରିସରଭୁକ୍ତ କରାଯାଉ ଏବଂ ଏହାସହ ସମସ୍ତ ଅଭିଯୁକ୍ତଙ୍କୁ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେଡି ଦାବି କରିଛି ।
ରାଜ୍ୟରେ ୪ ହଜାର ରୁ ଉର୍ଦ୍ଧ ମହିଳା ବିରୋଧୀ କେସ ରେଜିଷ୍ଟର ହୋଇଛି । ଏହା ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ଦର୍ଶାଉଛି । ସପ୍ତମ ଶ୍ରେଣୀରେ ଛାତ୍ରୀ ଦୁଇ ବର୍ଷ ଧରି ଗଣଦୁଷ୍କର୍ମ ର ଶିକାର ହୋଇଛି । ଏଥିରେ ଜଣେ ମହିଳା ସାମିଲ ଥିବା ମଧ୍ୟ ଜଣାପଡିଛି । ଏହା କେବେ ବି ଏତିକି ରେ ସୀମିତ ନଥିବ । ଏହି ହିନ କାର୍ଯ୍ୟକୁ ଗଭୀର ଭାବେ ତଦନ୍ତ କରିବା ଦରକାର ବୋଲି ଦାବି କରିଛି ବିଜୁ ମହିଳା ଜନତା ଦଳ । କେନ୍ଦ୍ରାପଡ଼ା ଗଣଦୁଷ୍କର୍ମ ଘଟଣା ସ୍ଥଳକୁ ବିଜୁ ଜନତା ଦଳର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯାଇଥିଲା । ରାଜକନିକା ୧୨ ବର୍ଷୀୟା ନାବାଳିକା ଗଣଦୁଷ୍କର୍ମ ଶିକାର ହୋଇଥିବା ଘଟଣାରେ କେନ୍ଦ୍ରାପଡ଼ା ଯାଇଥିଲା ଏହି ଟିମ୍ । ଏନେଇ ଲୋକଙ୍କ ସହ ଆଲୋଚନା କରିଥିଲୁ । ଅଭିଭାବକ ଙ୍କ ସହ ଏନେଇ ଆଲୋଚନା କରିଥିଲୁ । ଏହି ଘଟଣାରେ ବିଜେଡି ପକ୍ଷରୁ ଏକ ମେମୋରାଣ୍ଡମ୍ କେନ୍ଦ୍ରାପଡ଼ା ଏସପି ଙ୍କୁ ଦେଇଥିଲୁ ବୋଲି କହିଛି ଏହି ଟିମ୍ ।
ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କହିବା ଅନୁଯାୟୀ ପୂର୍ବରୁ ଏହି କଥାକୁ ସ୍କୁଲ ଅଧ୍ୟକ୍ଷାଙ୍କୁ ଜଣାଇଥିଲେ ଦୁଷ୍କର୍ମର ଶିକାର ହୋଇଥିବା ନାବାଳିକା ଙ୍କ ମା, ହେଲେ ଏହାକୁ ଗୁରୁତ୍ବ ଦେଇନଥିଲେ ସ୍କୁଲ ର ଅଧକ୍ଷ । ଏଥିରେ ଯେପରି ପିଲାଟିର ମାନସିକ ସ୍ଥିତି ଠିକ୍ ରହିବ ତାହାକୁ ଅନୁଧ୍ୟାନ କରିବା ସହ ନାବାଳିକା ଓ ତାଙ୍କ ପରିବାର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏସପି ଙ୍କୁ ଦାବି କରିଛି ବିଜେଡି । ରାଜ୍ୟରେ ଏହି ୧୮ ମାସ ମଧ୍ୟରେ ୨୦୨ ଟି ଦୁଷ୍କର୍ମ କେସ ରେଜିଷ୍ଟର ହୋଇଛି ସେହିଭଳି ୪୦ ହଜାର ମହିଳା ନିର୍ଯ୍ୟାତନାର ଶିକାର ହୋଇଛନ୍ତି । ଏହା ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦିଆଯାଇଛି ।





