ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବାକୁ ଯାଉଛି । ଏହା ମଧ୍ୟରେ ପଶ୍ଚିମବଙ୍ଗର ଜଣେ ଘରୋଇ ସହାୟିକା ସାଜିଛନ୍ତି ବିଧାୟକ। ଦିନେ ମାସିକ ୨୫୦୦ ଟଙ୍କାରେ ଘରୋଇ ସହାୟିକା ଭାବରେ କାମ କରୁଥିବା କାଳିତା ମାଝୀ ଜିତିଛନ୍ତି ଔସଗ୍ରାମ ନିର୍ବାଚନମଣ୍ଡଳୀରେ ହୋଇଛନ୍ତି ବିଧାୟକ। କାଳୀତା ବିଜେପି ଟିକେଟ୍‌ରୁ ନିର୍ବାଚନ ଲଢ଼ିଥିଲେ। ତାଙ୍କ ବିପକ୍ଷରେ ଥିଲେ ଟିଏମ୍ସିର ଶ୍ୟାମା ପ୍ରଶନ୍ନ ଲୋହର। କାଳୀତାଙ୍କୁ ମୋଟ ୧ ଲକ୍ଷ ୭ ହଜାର ୬୯୨ ଖଣ୍ଡ ଭୋଟ ମିଳିଥିଲା। ସେ ଟିଏମ୍ସିର ଶ୍ୟାମା ପ୍ରଶନ୍ନ ଲୋହରଙ୍କୁ ୧୨,୫୩୫ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ। ଗୁସ୍କାରା ମ୍ୟୁନିସିପାଲିଟିର ବାସିନ୍ଦା, କାଳିତା ମାଝୀ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ୪ ଜଣଙ୍କ ଘରେ ଘରୋଇ ସହାୟକ ଭାବରେ କାମ କରୁଥିଲେ।

ତାଙ୍କର ପ୍ରାର୍ଥୀତ୍ୱ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ସେ ବିଜୟୀ ହେବା ପରେ ନିର୍ବାଚନ ରାଜନୀତି ମାଧ୍ୟମରେ ସାମାଜିକ-ଆର୍ଥିକ ଗତିଶୀଳତାର ଏକ ବିରଳ ଉଦାହରଣ ସୃଷ୍ଟି ହୋଇଛି। ସବୁଠାରୁ ବଡ଼ କଥା ହେଲା କାଳୀତ ମାଝୀ ଘରୋଇ ସହାୟିକା ଭାବରେ କାମ କରୁଥିଲେ ବି ରାଜନୀତି ପାଇଁ ଯେଉଁ ଲୋକସମ୍ପର୍କ ଆବଶ୍ୟକ, ତାହା ତାଙ୍କ ପାଖରେ ରହିଥିଲା। ଏମିତିକି ସେ ୨୦୨୧ ନିର୍ବାଚନ ମଧ୍ୟ ଲଢ଼ିଥିଲେ। ହେଲେ ଟିଏମ୍ସିର ଅଭେଦାନନ୍ଦ ଥାଣ୍ଡେରଙ୍କ ଠାରୁ ୧୧,୮୧୫ ଭୋଟ୍ରେ ପରାସ୍ତ ହୋଇଥିଲେ।