ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ଟିଏମ୍‌ସିର ପରାଜୟ ପରେ କମିଲା ମମତା ଓ ପୁତୁରା ଅଭିଷେକ ବାନାର୍ଜୀଙ୍କ ବାସଭବନ ବାହାରେ ସୁରକ୍ଷା । ତେବେ ନିର୍ବାଚନ ଫଳାଫଳ ଅନୁଯାୟୀ ୧୫ ବର୍ଷର ଶାସନ ପରେ ଟିଏମ୍‌ସି ରାଜ୍ୟରେ ଗାଦିଚ୍ୟୁତ ହୋଇଛି। ବୁଧବାର ସକାଳ ୬ଟା ୩୦ ମିନିଟରୁ ୧୮୮ଏ ହରିଷ୍‌ ଚାଟାର୍ଜୀ , ୧୨୧ କାଳୀଘାଟ ରୋଡ ଓ ୯ କାମାକ୍‌ ଷ୍ଟ୍ରିଟ୍‌ରେ ସୁରକ୍ଷା ହ୍ରାସ କରାଯାଇଛି। ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ମମତାଙ୍କ ବାସଭବନ ନିକଟରୁ ସିଜର୍‌ ବାରିକେଡ୍‌ ବ୍ୟବସ୍ଥା କଡ଼ା ଯାଇ ସାଧାରଣ ଗାର୍ଡରେଲ୍‌ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୮୮ଏ ହରିଷ୍‌ ଚାଟାର୍ଜୀରେ ମମତାଙ୍କ ବାସଭବନ ରହିଛି , ୧୨୧ କାଳୀଘାଟ ରୋଡରେ ଟିଏମ୍‌ସି ଦଳୀୟ ମୁଖ୍ୟାଳୟ ଓ ୯ କାମାକ୍‌ ଷ୍ଟ୍ରିଟ୍‌ରେ ଅଭିଷେକ ବାନାର୍ଜୀଙ୍କ ଅଫିସ ରହିଛି।

ସେପଟେ ବିଜେପି ପଶ୍ଚିମବଙ୍ଗରେ ବିପୁଳ ବିଜୟ ହାସଲ କରିଥିବାବେଳେ ସର୍ବାଧିକ ୨୦୭ ଆସନ ଜିତିଛି। ଟିଏମ୍‌ସି ମାତ୍ର ୮୦ ଟି ଆସନ ଜିତିଛି। ଗୋଟିଏ ଆସନରେ ପୁନଃ ମତଦାନ ଅନୁଷ୍ଠିତ ହେବ। ମମତାଙ୍କ ପାଇଁ ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ବାଦ୍‌ ରହିଥିବା ଅଧିକ ପୁଲିସଙ୍କୁ ହଟେଇ ନିଆଯାଇଛି। ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବାକୁ କୋଲକାତା ପୁଲିସ (ମୁଖ୍ୟାଳୟ) ଯୁଗ୍ମ କମିସନର୍‌ ନିର୍ଦ୍ଦେଶ ଦେଇଛନ୍ତି।