ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ଫଳ ବାହାରିବା ପରଠାରୁ ତାମିଲନାଡ଼ୁରେ ଜାରି ରହିଥିବା ରାଜନୈତିକ ଅନିଶ୍ଚିତତାର ଅନ୍ତ ଘଟିଛି। ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିଜୟ । ୫ ଦିନର କସରତ ପରେ ଥାଲାପତି ବିଜୟ‌ ଶେଷରେ ସଂଖ୍ୟା ଖେଳରେ ଜିତିଛନ୍ତି।

ବିଜୟଙ୍କ ଦଳ ଟିଭିକେ (ତାମିଲଗା ଭେଟ୍ରି କାଝାଗମ୍‌) ବହୁମତ ସଂଖ୍ୟା ହାସଲ କରିବା ପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଅନୁମତି ଦେଇଥିଲେ । ଚେନ୍ନାଇର ନେହରୁ ଷ୍ଟାଡିୟମରେ ବିଜୟ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି। ଏଥିସହ ବିଜୟଙ୍କୁ ବୁଧବାର ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ ବୋଲି ଲୋକଭବନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।