ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଡ୍ରାସ ହାଇକୋର୍ଟଙ୍କ ଆସ୍ଥା ଭୋଟରେ ଭାଗ ନନେବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପହଞ୍ଚିଲେ TVK ବିଧାୟକ ଆର. ଶ୍ରୀନିବାସ । ତେବେ ସେତୁପତି ଗୋଟିଏ ଭୋଟରେ ଡିଏମକେ ନେତା ପେରିଆକାରୁପ୍ପନଙ୍କୁ ପରାସ୍ତ କରିଛନ୍ତି। ଟିଭିକେ ବିଧାୟକ ଆର. ଶ୍ରୀନିବାସ ସେତୁପତି ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା କୌଣସି ଫ୍ଲୋର ଟେଷ୍ଟରେ ଭୋଟ ଦେବାରୁ ନିଷେଧ କରାଯାଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରିଛନ୍ତି।
ସେତୁପତି ଡିଏମକେ ନେତା ପେରିଆକୁରୁପ୍ପନଙ୍କୁ ଗୋଟିଏ ଭୋଟରେ ପରାସ୍ତ କରିଛନ୍ତି। ସେତୁପତିଙ୍କ ଓକିଲ ଅଭିଷେକ ମନୁ ସିଂଘଭି ଭାରତର ମୁଖ୍ୟ ବିଚାରପତି (ସିଜେଆଇ)ଙ୍କୁ ଆବେଦନର ଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ ଆସନ୍ତାକାଲି ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ସେପଟେ ଡିଏମକେ ନେତା ପେରିଆକୁରୁପ୍ପନଙ୍କ ଦ୍ୱାରା ଦାୟର ଆବେଦନ ଉପରେ ମାଡ୍ରାସ ହାଇକୋର୍ଟ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ଟିଭିକେ ବିଧାୟକ ଶ୍ରୀନିବାସ ସେତୁପତି 2026 ବିଧାନସଭା ର୍ନିବାଚନରେ ଡିଏମକେ ନେତା ପେରିଆକୁରୁପ୍ପନଙ୍କୁ ଗୋଟିଏ ଭୋଟରେ ପରାସ୍ତ କରିଛନ୍ତି। ମାଡ୍ରାସ ହାଇକୋର୍ଟ ଡାକ ବାଲଟ ସମେତ ସମସ୍ତ ଭୋଟିଂ ରେକର୍ଡ ସଂରକ୍ଷଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଆବେଦନର ଶୁଣାଣି 20 ମଇରେ ହାଇକୋର୍ଟରେ ହେବାକୁ ସ୍ଥିର ହୋଇଛି। ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ହାଇକୋର୍ଟ ଟିଭିକେର ବିଜୟୀ ପ୍ରାର୍ଥୀ ଶ୍ରୀନିବାସ ସେତୁପତିଙ୍କୁ ଗୃହରେ ଭୋଟ ଦେବାରୁ ବାରଣ କରିଛନ୍ତି।
ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ଏହି ଆଦେଶ ସେତୁପତିଙ୍କ ବିଜୟକୁ ବାତିଲ କରିବା ପାଇଁ ନୁହେଁ, ବରଂ କେବଳ ମାମଲାର ପୂର୍ଣ୍ଣ ଶୁଣାଣିକୁ ସହଜ କରିବା ପାଇଁ ଉଦ୍ଦିଷ୍ଟ। ସଦ୍ୟ ସମାପ୍ତ ତାମିଲନାଡୁ ବିଧାନସଭା ର୍ନିବାଚନରେ, ପୂର୍ୱତନ ମନ୍ତ୍ରୀ କେ.ଆର. ପେରିଆକାରୁପ୍ପନ ଡିଏମକେ ପକ୍ଷରୁ ଶିବଗଙ୍ଗା ଜିଲ୍ଲାର ତିରୁପ୍ପଟୁର ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କ ପ୍ରତିଦ୍ୱନ୍ଦ୍ୱୀ, ଟିଭିକେ ପ୍ରାର୍ଥୀ ଶ୍ରୀନିବାସ ସେତୁପତି 83,365 ଭୋଟରେ ବିଜୟୀ ହୋଇଥିଲେ, ଯେତେବେଳେ ପେରିଆକାରୁପ୍ପନ 83,364 ଭୋଟ ପାଇଥିଲେ। ଏହିପରି, ସେତୁପତିଙ୍କୁ ମାତ୍ର ଗୋଟିଏ ଭୋଟର ବ୍ୟବଧାନରେ ବିଜୟୀ ଘୋଷଣା କରାଯାଇଥିଲା।
