ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୦ ଦିନର ଛକାପଞ୍ଝାର ପଡ଼ିଲା ପୂର୍ଣ୍ଣଚ୍ଛେଦ । କେରଳମର ନୂତନ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ଭିଡି ସତୀଶନ୍। ଦଳର ହାଇକମାଣ୍ଡ ଆନୁଷ୍ଠାନିକ ଭାବରେ ତାଙ୍କ ନାମ ଘୋଷଣା କରିଛନ୍ତି । ପ୍ରେସମିଟରେ ନାଁ ଘୋଷଣା କରିଛି କଂଗ୍ରେସ । ଉତ୍ତର ପାରାଭୁର ଆସନରୁ ବିଧାୟକ ହୋଇଥିଲେ ସତୀଶନ । ୨୦୦୧ରୁ ଲଗାତାର ଭାବେ ବିଧାୟକ ହୋଇଛନ୍ତି ସତୀଶନ। ଭିଡି ସତିଶନ୍ କେରଳର ପାରାଭୁରରୁ ଛଅ ଥର ବିଧାୟକ ହୋଇଛନ୍ତି। ସେ କେରଳରେ କଂଗ୍ରେସ ଦଳକୁ ପୁନର୍ଜୀବିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ସେ ୧୯୯୦ ଦଶକରେ ଛାତ୍ର ରାଜନୀତିରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ସେ କେରଳ ଛାତ୍ର ସଂଘ ଏବଂ ଯୁବ କଂଗ୍ରେସର ସଦସ୍ୟ ଥିଲେ। ସଂଗଠନ ମଧ୍ୟରେ ସତିଶନଙ୍କର ଏକ ଦୃଢ଼ ପତିଆରା ରହିଛି। ସେ ଜଣେ ଶକ୍ତିଶାଳୀ ବକ୍ତା ମଧ୍ୟ। ସେ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ କେରଳ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ।
