ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାଜ୍ୟରେ ପ୍ରଭାବିତ ହେବନି ଯାତ୍ରୀ ପରିବହନ । ଏନେଇ ପ୍ରତ୍ୟେକ ଜିଲ୍ଲାରେ ୨ଟି ପେଟ୍ରୋଲ ପମ୍ପ୍‌ ରିଜର୍ଭ। ଶୁକ୍ରବାର ଘରୋଇ ବସ୍ ମାଲିକ ସଙ୍ଘ ଏବଂ ଟ୍ରକ୍ ମାଲିକ ସଙ୍ଘ ସହିତ ବୈଠକ ପରେ ଏଭଳି କହିଛନ୍ତି ତୈଳ ବିପଣନ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀ । ଯାହାକୁ ଘରୋଇ ବସ୍ ମାଲିକ ସଙ୍ଘ ସ୍ୱାଗତ କରିଛି । ହେଲେ ଟ୍ରକ୍ ମାଲିକ ମହାସଂଘ ବୈଠକ ପରେ ନିରାଶା ଜଣାଇଛି । ଟ୍ରକ୍ ଗୁଡିକ କିପରି ଚାଲି ପାରିବ, ମାଲ ପରିବହନ କିପରି ବ୍ୟବସ୍ଥିତ ହୋଇ ପାରିବ ସେନେଇ କୌଣସି ନିର୍ଯ୍ୟାସ ବାହାରିଲା ନାହିଁ ବୋଲି ମହାସଂଘ କହିଛି ।