ସତ୍ୟପାଠ ବ୍ୟୁରୋ :16/05/2026:ପେଟ୍ରୋଲ ଡିଜେଲ ସଙ୍କଟ ର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଦେଶବାସୀଙ୍କୁ ଯାହା ଜ୍ଞାନ ଦେଲେ ତାଙ୍କଠୁ ଦି-ହାତ ଆଗକୁ ଚାଲିଗଲା ରାଜ୍ୟ ସମବାୟମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଙ୍କ ଗାଲୁବାଣୀ | ମୋଦୀ ତେଲ କମ ବ୍ୟବହାର କରିବା ପାଇଁ. କହିଲେ ଯେ ଗାଡି ବ୍ୟବହାର କମ କରନ୍ତୁ ଓ ପବ୍ଲିକ ଟ୍ରାନ୍ସପୋର୍ଟେସନ ର ଅଧିକରୁ ଅଧିକ ଯାତାୟାତ କରନ୍ତୁ |
ମୋଦିଜୀଙ୍କ ପରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସାମ୍ବାଦିକଙ୍କୁ ଯେଉଁ ଜ୍ଞାନ ବାଣ୍ଟିଲେ ତାହା ଏବେ ରାଜ୍ୟ ସାରା ଭାଇରାଲ ହେବାରେ ଜୟ
ପ୍ରଦୀପ କହିଲେ, ଲୋକେ ଏବେ ଦୈନିକ ବା ଦୁଇ ତିନି ଦିନରେ ପରିବା କିଣିବା ଛାଡି ସପ୍ତାହକୁ ଥରେ ସଉଦା କିଣିବାଦରକାର. ମନ୍ତ୍ରୀ ବଳସାମନ୍ତ ପୁଣି କହିଲେ ଯେ ମୋଟରସାଇକେଲ ସ୍କୁଟି ବା କାରରେ ବଜାରଘାଟ ନ ଯାଇ ସାଇକେଲ ବା ରିକ୍ସା ବ୍ୟବହାର କରିବାକୁ ପଡିବ |
ମନ୍ତ୍ରୀ ଟୁଟୁ ବଳଙ୍କ କଥା ଶୁଣିବାପରେ ଲୋକେ କହିବା ଆରମ୍ଭ କଲେଣି ଯେ ସାଇକେଲ ପରେ ଟୁଟୁ ବଳ ଏଥର ଶଗଡ଼ ଗାଡି କଥା କହିବେ |
