ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ଲକ ହେବାର କିଛି ଘଣ୍ଟା ଭିତରେ ପୁଣି ଏକ ନୂଆ ଏକ୍ସ ଆକାଉଣ୍ଟ ଖୋଲିଲା କକରୋଚ ପାର୍ଟି। ୨୭ ହଜାରରୁ ଅଧିକ ଲୋକ କଲେ ଫଲୋ। ତେବେ ଏହାର ଫାଉଣ୍ଡର ଅଭିଷେକ ଦିପ୍କେ ପୂର୍ବ ଆକାଉଣ୍ଟ ବ୍ଲକ ହେବା ପରେ ପୁଣି ଏକ ନୂଆ ଆକାଉଣ୍ଟ ଖୋଲି ଏକ୍ସରେ ଶେୟାର କରିଛନ୍ତି। ଏଥର ଏହାର ନାଁ ‘Cockroach is Back’ (ସିଜେପି) ରଖାଯାଇଛି।ଅଭିଷେକ ନୂଆ ଆକାଉଣ୍ଟ ଖୋଲିବା ପରେ ଟାର୍ଗେଟ୍ କରି ଲେଖିଛନ୍ତି “ତୁମେ ଭାବୁଛ ଯେ ଆମ ଠାରୁ ନିସ୍ତାର ପାଇଯିବ? ଲଲ୍।” ଥଟା ପରିହାସ କରିବା ଛଳରେ ଅଭିଷେକ ଏହି ନୂଆ ପୋଷ୍ଟ କରିଛନ୍ତି।
ଏବଂ ତୁରନ୍ତ ଏହାକୁ ଫଲୋ କରିବାକୁ ଅଭିଷେକ ଲୋକମାନଙ୍କୁ ଅନୁରୋଧ କରିଛନ୍ତି। ନୂଆ ଆକାଉଣ୍ଟର ବାୟୋରେ ଲେଖାଯାଇଛି “କକରୋଚ ମରେନି”। ସବୁଠାରୁ ବଡ଼ କଥା ହେଲା ନୂଆ ଆକାଉଣ୍ଟ ଖୋଲିବା ମାତ୍ରେ ଏହାକୁ ୨୭ ହଜାରରୁ ଅଧିକ ଲୋକ ଫଲୋ କରିଛନ୍ତି। ପ୍ରତି ମିନିଟରେ ଫଲୋଅର୍ସ ସଂଖ୍ୟା ବଢ଼ିବାରେ ଲାଗିଛି।ନୂଆ ଆକାଉଣ୍ଟରେ ଖୋଲିବା ପରେ ବିଜେପିକୁ ଟାର୍ଗେଟ୍ କରିଛି ଦଳ। ବ୍ଲକ ହୋଇଥିବା ପୁରୁଣା ଇନଷ୍ଟା ଆକାଉଣ୍ଟର ଫଲୋଅର୍ସ ସଂଖ୍ୟା ଓ ବିଜେପି ଇନଷ୍ଟା ଆକାଉଣ୍ଟ ଫଲୋଆର୍ସ ସଂଖ୍ୟା ଦର୍ଶାଇ ଦଳ ବିଜେପିକୁ ଟାର୍ଗେଟ କରିଛି।
ଯେଉଁଥିରେ ସିଜେପି ମାତ୍ର ୪ ଦିନରେ ୮.୮ମିଲିଅନ ଫଲୋଅର୍ସ ହାସଲ କରିଥିବା ବେଳେ ବିଜେପି ୮.୭ ମିଲିଅନ ଫଲୋଅର୍ସ ରହିଛି। ଏହି ଫଟୋକୁ ଶେୟାର କରି ସିଜେପି ଲେଖିଛି “ଏହି କାରଣରୁ ସେମାନେ ଆମକୁ ବ୍ଲକ୍ କରିଛନ୍ତି।”
