ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାତ୍ର ୫ ଦିନରେ BJP କୁ ପଛରେ ପକାଇ ଇନଷ୍ଟାଗ୍ରାମରେ 15+ ମିଲିୟନ ଫଲୋୟର ଅତିକ୍ରମ କଲା CJP । ତେବେ କକ୍ରୋଚ୍ ଜନତା ପାର୍ଟି” (CJP) ନାମକ ବ୍ୟଙ୍ଗାତ୍ମକ ଅନଲାଇନ୍ ଆନ୍ଦୋଳନ ଦ୍ରୁତ ଗତିରେ ଭାରତର ସବୁଠାରୁ ବଡ଼ ସୋସିଆଲ ମିଡିଆ ଟ୍ରେଣ୍ଡ ମଧ୍ୟରୁ ଗୋଟିଏ ହୋଇଗଲା । ମାତ୍ର କିଛି ଦିନ ମଧ୍ୟରେ ଏହା 13 ମିଲିୟନ ଅଧିକ ଇନଷ୍ଟାଗ୍ରାମ ଫଲୋଅର୍ସ ଅତିକ୍ରମ କରି ଭାରତୀୟ ଜନତା ପାର୍ଟିର ଆଧିକାରିକ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟାକୁ ପଛରେ ପକାଇ ଦେଇଛି।

ସେପଟେ ରିପୋର୍ଟଗୁଡ଼ିକ ସୂଚିତ କରୁଛି ଯେ ବର୍ତ୍ତମାନ ପ୍ଲାଟଫର୍ମରେ ବିଜେପିର ପ୍ରାୟ 8.7 ନିୟୁତ ଫଲୋଅର୍ସ ଅଛନ୍ତି । ତେବେ ବେକାର ଯୁବକ ଯୁବତୀଙ୍କ ବର୍ଗ ସମ୍ପର୍କରେ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟର ଏକ ବ୍ୟଙ୍ଗାତ୍ମକ ପ୍ରତିକ୍ରିୟା ଭାବରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା।ଏହି ଅଭିଯାନଟି ବେକାରୀ, ସାମାଜିକ ଚାପ ଏବଂ ଅନୁଷ୍ଠାନଗୁଡ଼ିକ ପ୍ରତି ହତାଶା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛି । ଏହି ଆନ୍ଦୋଳନ ଅଭିଜିତ ଦୀପକେଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା । ଯାହାଙ୍କର ରାଜନୈତିକ ସାମାଜିକ ଗଣମାଧ୍ୟମ ଅଭିଯାନରେ ପୂର୍ବ ଅଭିଜ୍ଞତା ଥିବା ଜଣାପଡ଼ିଛି।