ଅରୁଣଙ୍କ ବଡ ଅଭିଯୋଗ: ବିଜେଡି ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଅଛନ୍ତି

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ ଆଜି ସବୁଦଳଙ୍କ ବିଧାୟକ ଦଳ ବୈଠକ ଏବଂ ପ୍ରସ୍ତୁତି ସରିଛି। ୟା ଭିତରେ ବିଜୁ ଜନତା ଦଳରେ ଅନୁପସ୍ଥିତ ବାଲିଗୁଡା ଏବଂ ଜୟଦେବ ବିଧାୟକ ଚକ୍ରମଣି କଅଁର ଏବଂ ନବ ମଲ୍ଲିକ ଦଳର ହ୍ବିପ୍ କୁ ମାନିନଥିବା ଅରୁଣ ସାହୁ କହିଛନ୍ତି। ୟା ସହ ତାଙ୍କୁ ରାତି ନଅଟା ସୁଦ୍ଧା ପହଞ୍ଚିବାର ନିର୍ଦ୍ଦେଶ ସହିତ କାରଣଦର୍ଶାଅ ନୋଟିସ ଜାରି ହୋଇଛି ବୋଲି ଶ୍ରୀ ସାହୁ କହିଛନ୍ତି।ଏଥିସହ ବିଜେଡି ବିଧାୟକ ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯେ ଦୁଇ ଅନୁପସ୍ଥିତ ବିଧାୟକ ଙ୍କୁ ମୁଖ୍ୟମନ୍ତ୍ରୀ ନିଜ ବାସଭବନରେ ରଖିଛନ୍ତି ବୋଲି , ସେ କହିଛନ୍ତି ଯଦି ସତରେ ମୁଖ୍ୟମନ୍ତ୍ରୀ ରଖିଥାନ୍ତି ବିଧାୟକଙ୍କୁ ତାହାଲେ ଏ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଠିକ୍ ନାହିଁ। ଯଦି ସେମାନେ ହ୍ୱିପ୍ ନମାନନ୍ତି ଏବଂ ଦଳ ବିରୋଧୀ କାମ କରନ୍ତି ତେବେ ସଭ୍ୟପଦ ରଦ୍ଦ ହେବ। ଏହାସହ ଅରୁଣ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟିର ସଂଖ୍ୟା ନାହିଁ ତେଣୁ ସେମାନେ ଅନୈତିକ ଉପାୟ ଅବଲମ୍ବନ କରୁଛନ୍ତି। ରାଜ୍ୟରେ ନିର୍ବାଚନ ହେବାକୁ ଯିବାବେଳେ ବିଜେପିର ଏଭଳି କାର୍ଯ୍ୟକଳାପକୁ ନିନ୍ଦା କରି ଚେତାବନୀ ଦେଇଛନ୍ତି ଯେ ଏଭଳି ଅନୈତିକ ପନ୍ଥା ଅବଲମ୍ବନ ନକରି ସୁସ୍ଥ ଆଉ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ପରିଚାଳନା ହେଉ।

Related Posts