ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ପୋଲିସର ନିସ୍ତୁକ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାରଲୋକେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ । ତେବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନାରେ ପୋଲିସ୍ ର ନିସ୍ତୁକ ମାଡ଼ରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି।ମୃତ ଯୁବକ ସୁବୁଳିଆ ଗାଁର ୩୨ ବର୍ଷୀୟ ସୁଶାନ୍ତ ସାହୁ। ୨୫ ତାରିଖରେ ପଥର ବ୍ଲାଷ୍ଟିଂ ମାମଲାରେ ସୁଶାନ୍ତଙ୍କୁ ଥାନାକୁ ଆଣିଥିଲା ପୋଲିସ୍।
କାଲି ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ହସ୍ତାନ୍ତର କରାଯାଇଥିଲା। ତେବେ ସୁଶାନ୍ତଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଆସିକା ପରେ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଥାନାରେ ନିର୍ଧୁମ ମାଡ଼ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ତାଙ୍କ ସ୍ୱାମୀଙ୍କୁ ପୋଲିସ ପିଟି ପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପତ୍ନୀ । ସେପଟେ ଏନେଇ କୌଣସି ପ୍ରତିକ୍ରିୟା ପୋଲିସ ପକ୍ଷରୁ ଆସିନଥିବାଟ ଦେଖିବାକୁ ମିଳିଛି ।
