ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବଢ଼ିପାରେ ଖରାଛୁଟି । ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢିବାରେ ଲାଗିଛି । ଏହା ମଧ୍ୟରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ । ପ୍ରକାଶ ଥାଉକି, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୭ରୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଥିଲା। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଥିଲେ। ଏହି ଛୁଟି ଜୁନ୍ ୨୨ ପର୍ଯ୍ୟନ୍ତ ଥିଲା। କିନ୍ତୁ ଖରା ସ୍ଥିତି ଉପରେ ନିର୍ଭର କରି ଏହା ବଦଳିପାରେ।
