ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଆନ୍ନାମଲାଇଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ନୀତିନ ନବୀନ । ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆନୁଷ୍ଠାନିକ ଭାବରେ ଆନ୍ନାମଲାଇଙ୍କ ଇସ୍ତଫାପତ୍ରକୁ ଅନୁମୋଦନ କରିଛନ୍ତି। ଏନେଇ ବିଜେପି ଦ୍ୱାରା ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ,ଆନ୍ନାମଲାଇ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ ଏହି ଇସ୍ତଫାପତ୍ରକୁ ତୁରନ୍ତ ଗ୍ରହଣ କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଏବଂ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହଙ୍କ ସ୍ୱାକ୍ଷରରେ ଜାରି ହୋଇଥିବା ପ୍ରେସ୍ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ କେ. ଆନ୍ନାମଲାଇ ଆଉ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ନାହାଁନ୍ତି। ଚିଠିରେ କୁହାଯାଇଛି, “ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ମାନ୍ୟବର ଶ୍ରୀ ନୀତିନ ନବୀନ, ପୂର୍ବତନ ତାମିଲନାଡୁ ରାଜ୍ୟ ସଭାପତି ଶ୍ରୀ କେ. ଆନ୍ନାମଲାଇଙ୍କ ଦ୍ୱାରା ଦାଖଲ କରାଯାଇଥିବା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫାପତ୍ର ଗ୍ରହଣ କରିଛନ୍ତି।