ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଟ୍ରମ୍ପଙ୍କ ପ୍ରଶାସନକୁ ଏକ ବଡ଼ ଝଟକା । ବରିଷ୍ଠ ଏଆଇ ନୀତି ପରାମର୍ଶଦାତା ଶ୍ରୀରାମ କୃଷ୍ଣନ୍‌ ଆନୁଷ୍ଠାନିକ ଭାବରେ ଦେଲେ ଇସ୍ତଫା । ଏହି ଖବର ପ୍ରଯୁକ୍ତିବିଦ୍ୟା ଜଗତ ଏବଂ ରାଜନୈତିକ ମହଲରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ଏହି ସୂଚନା ସେୟାର କରିଛନ୍ତି।

କୃଷ୍ଣନ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ସେ ଏହି ମାସ ଶେଷରେ ହ୍ୱାଇଟ୍ ହାଉସ୍‌ରେ ତାଙ୍କର ପଦବୀ ସମ୍ପୂର୍ଣ୍ଣ ଭାବରେ ପରିତ୍ୟାଗ କରିବେ। ସେ ଏପର୍ଯ୍ୟନ୍ତ ତାଙ୍କ ବିଦାୟର କୌଣସି ନିର୍ଦ୍ଦିଷ୍ଟ କାରଣ ପ୍ରକାଶ କରିନାହାନ୍ତି। ୱାସିଂଟନରେ ନୂତନ ଏଆଇ ସିଷ୍ଟମ ବିଷୟରେ ବଢୁଥିବା ସୁରକ୍ଷା ଚିନ୍ତା ମଧ୍ୟରେ ତାଙ୍କର ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ସେ ଏଆଇ ବିକାଶ ପାଇଁ ଏକ ଜାତୀୟ ଢାଞ୍ଚା ବିକଶିତ କରିବାର ପ୍ରୟାସରେ ମଧ୍ୟ ସାମିଲ ଅଛନ୍ତି।