ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଆସନ୍ତା ୧୦ ତାରିଖରେ ଦଳୀୟ ବୈଠକ ଡାକିଲେ ନବୀନ। ଦଳୀୟ ନେତାଙ୍କ ସହ କରିବେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା। ବିଜେଡି ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ, ଆସନ୍ତା ୧୦ ତାରିଖ ଅପରାହ୍ନ ୪ଟା ସମୟରେ ରାଜ୍ୟ ବିଜେଡି କାର୍ଯ୍ୟାଳୟ ମାନେ ଶଙ୍ଖଭବନରେ ଏକ ବୈଠକ ବସିବାକୁ ଯାଉଛି । ଯେଉଁଥିରେ ଗତ ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ଭାବେ ଲଢିଥିବା ନେତାମାନଙ୍କୁ ଡକାଯାଇଛି ।

ଏହି ବୈଠକରେ ଦଳୀୟ ସଭାପତି ସମସ୍ତ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଏବଂ ବିଚାରବିମର୍ଶ କରିବେ । ସେହିପରି ପୂର୍ବରୁ ଦଳ ତରଫକୁ ଦିଆଯାଇଥିବା SIR ସଂପର୍କୀତ କାର୍ଯ୍ୟକ୍ରମର ଅନୁପାଳନ, ବ୍ଲକ ଓ ପୌରାଞ୍ଚଳରେ ସାଂଗଠନିକ କମିଟି ଗଠନ ଓ ନିଆଯାଇଥିବା ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ତଥ୍ୟ ପ୍ରଦାନ କରିବେ । ଏହି ବୈଠକରେ ଦଳୀୟ ନେତାମାନେ ସିଧା ସଭାପତିଙ୍କ ସହ କୌଣସି ବି ପ୍ରସଙ୍ଗରେ ଆଲୋଚନା କରିପାରିବେ । ସେପଟେ ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାପୂର୍ବରୁ ବିଜେଡି ସବୁ ନେତାମାନଙ୍କୁ ରାଜଧାନୀକୁ ଡାକିଛି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ନିଜର ସଂଗଠନକୁ ଆହୁରି ସୁଦୃଢ କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।