ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହିଳା ନ୍ୟୁଜ୍ ଆଙ୍କରଙ୍କ ଉପରେ ବର୍ଷିଲେ ଟ୍ରମ୍ପ। ବେଇମାନ ଏବଂ ମୂର୍ଖ କହିବା ସହ ମାଇକ୍ରୋଫୋନ୍ ଫିଙ୍ଗି ସାକ୍ଷାତକାର ମଝିରେ ଛାଡି ଉଠି ପଳାଇଲେ ଟ୍ରମ୍ପ। ତେବେ ନ୍ୟୁଜ୍ ଆଙ୍କର କାଲିଫର୍ନିଆରେ ଭୋଟ ଗଣତିରେ ବିଳମ୍ବ ସମ୍ପର୍କରେ ଟ୍ରମ୍ପଙ୍କ ଜାଲିଆତି ଅଭିଯୋଗ ଉପରେ ପ୍ରଶ୍ନ ଉଠାଇ ପ୍ରମାଣ ମାଗିଥିଲେ। ଟ୍ରମ୍ପ ପ୍ରଶ୍ନନେଇ ରାଗିଯାଇଥିଲେ। ସେ କହିଥିଲେ, ନିର୍ବାଚନ ପରିଚାଳନା କ୍ଷେତ୍ରରେଆମେରିକା ଏକ ତୃତୀୟ ସ୍ତରର ଦେଶ ପରି। ନ୍ୟୁଜ୍ ଆଙ୍କରଙ୍କୁ ଚିତ୍କାର କରି ଟ୍ରମ୍ପ କହିଥିଲେ, ତୁମେ ବେଇମାନ ହୁଅ କି ମୂର୍ଖ, ଏହାକୁ ଏଠାରେ ଶେଷ କରିଦିଅ। ମୋର କାମ ସରିଲା। ତେବେ ଆଙ୍କର ତାଙ୍କୁ ରହିବାକୁ ଅନୁରୋଧ କରି କହିଥିଲେ ଯେ, ସେ ଏହି ସାକ୍ଷାତକାର ପାଇଁ ୱିସ୍କନସିନ୍ ଆସିଛନ୍ତି।ଟ୍ରମ୍ପ ଉତ୍ତର ଦେଇଥିଲେ, ମୁଁ ବର୍ଷାରେ ତୁମ ସହିତ ଗୋଟିଏ ଘଣ୍ଟା ବସିଲି। ମୁଁ ତୁମକୁ ପର୍ଯ୍ୟାପ୍ତ ସମୟ ଦେଇଛି।
ତୁମକୁ ତୁମର ପ୍ରେସକୁ ସଂସ୍କାର କରିବାକୁ ପଡିବ। ତୁମେ ଜାଣିଛ କ””ଣ? ଏକ ବେଇମାନ ପ୍ରେସ ସହିତ କୌଣସି ଦେଶ କେବେ ମହାନ ହୋଇପାରିବ ନାହିଁ। ଚାଲ ଏବେ ଯିବା। ଏହା କହି ଟ୍ରମ୍ପ ଚେୟାରରୁ ଉଠି ସାକ୍ଷାତକାର ଛାଡ଼ି ଚାଲିଯାଇଥିଲେ। ପୂର୍ବରୁ ୨୦୨୦ ମସିହାରେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏକ ସାକ୍ଷାତକାର ମଝିରୁ ଚାଲିଯାଇଥିଲେ। ସେ ୬୦ ମିନିଟ୍ ପାଇଁ ସାମ୍ବାଦିକ ଲେସଲି ଷ୍ଟାହଲଙ୍କୁ ସାକ୍ଷାତକାର ଦେବାକୁ ଯୋଜନା କରିଥିଲେ। ନେଟୱାର୍କର କ୍ରୁ ହ୍ୱାଇଟ୍ ହାଉସରେ କ୍ୟାମେରା ସହିତ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ। ଡୋନାଲ୍ଡ ଟ୍ରମ୍ପ ସମସ୍ତ ପ୍ରଶ୍ନର ଉତ୍ତର ଦେବେ ବୋଲି ସୂଚାଇ ଦେଇଥିଲେ।
ସାକ୍ଷାତକାର ଆରମ୍ଭ ହେବା ପରେ, ଟ୍ରମ୍ପ ପ୍ରାୟ ୪୫ ମିନିଟ୍ ପାଇଁ ହୋଷ୍ଟ ଲେସଲି ଷ୍ଟାହଲଙ୍କ ସହ ବସିଥିଲେ । ସାକ୍ଷାତକାର ସମୟରେ ଟ୍ରମ୍ପ ହଠାତ୍ କାର୍ଯ୍ୟକ୍ରମ ଛାଡି ଚାଲିଯାଇଥିଲେ ଏବଂ ଆଉ ଫେରି ନଥିଲେ। ପରେ ଟ୍ରମ୍ପ ଟୁଇଟରରେ ସାମ୍ବାଦିକଙ୍କ ଏକ କ୍ଲିପ୍ ସେୟାର କରିଥିଲେ, ଯେଉଁଥିରେ ଟ୍ରମ୍ପଙ୍କୁ ମାସ୍କ ପିନ୍ଧିଥିବାର ଦେଖାଯାଇଥିଲା। ତେବେ ହ୍ୱାଇଟ୍ ହାଉସରେ ସାମ୍ବାଦିକ ଜଣକ ମାସ୍କ ପିନ୍ଧି ନଥିଲେ। ଭିଡିଓରେ ଟ୍ରମ୍ପ ସାମ୍ବାଦିକ ମାସ୍କ ପିନ୍ଧି ନଥିବା ଅଭିଯୋଗକରିଥିଲେ।
