ଭୁବନେଶ୍ବର, ୧୧|୬(ସ.ପ୍ର): ଭୁବନେଶ୍ୱର ଝାରପଡ଼ା ବ୍ରିଜ୍ ନିକଟରେ ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଛି। ଗୋଟିଏ ଟ୍ରାକରେ ଦୁଇ ଟ୍ରେନ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି। ସଫେଇ ପାଇଁ ଯାଉଥିବା ଟ୍ରେନ୍ ସହ ଯାତ୍ରୀବାହୀ ଟ୍ରେନ ଧକ୍କା ହୋଇଛି। ଗୋଟିଏ ଟ୍ରେନ ଭୁବନେଶ୍ବରରୁ ମଞ୍ଚେଶ୍ବର ଯାଉଥିଲା। ଅନ୍ୟଟି ମଞ୍ଚେଶ୍ବରରୁ ଭୁବନେଶ୍ବର ଆସୁଥିଲା। ଏହି ସମୟରେ ଝାରପଡ଼ା ବ୍ରିଜ୍ ନିକଟରେ ବଡ଼ ଅଘଟଣ ଘଟିଛି। ଉଭୟ ଟ୍ରେନ୍ ର ଲୋକୋ ପାଇଲଟ୍ ସୁରକ୍ଷିତ ଅଛନ୍ତି। ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ଅଛନ୍ତି। ତେବେ ଭୁବନେଶ୍ବରରୁ ମଞ୍ଚେଶ୍ବରକୁ ଯାଉଥିବା ଟ୍ରେନ୍‌ଟି ସଫେଇ ହେବା ପାଇଁ ଯାଉଥିଲା। ସେଥିରେ କେହି ଯାତ୍ରୀ ନଥିଲେ। କିନ୍ତୁ ଗୋଟିଏ ଟ୍ରାକ୍‌ରେ ଦୁଇଟି ଟ୍ରେନ୍‌କୁ ଯିବା ପାଇଁ କେମିତି ସିଗ୍ନାଲ ମିଳିଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।