ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ DGP ଅଫିସ ଘେରାଉ କଲା ଓଡ଼ିଶା ଜନତା କଂଗ୍ରେସ । ନେତାଜୀ ମ୍ୟୁଜିୟମ୍ ଗେଟ ନିକଟରୁ ଏକ ବିଶାଳ ରାଲି ବାହାରି ଡିଜିପି ଅଫିସ ସମ୍ମୁଖରେ ପହଞ୍ଚିଥିଲା । ଦଳ ପକ୍ଷରୁ ସେଠାରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ଦଳର ସଭାପତି ମହମ୍ମଦ ମୋକିମ ପ୍ରତିବାଦ ସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଯଦି ଆଗାମୀ ଦିନରେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ପ୍ରତ୍ୟେକ ଥାନା ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।
