ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ମୀନାକ୍ଷୀ ପ୍ରାର୍ଥୀପତ୍ର ନାକଚ କରାଯିବାକୁ ନେଇ ଇସିଆଇଙ୍କ ବିରୋଧରେ କଂଗ୍ରେସର ସତ୍ୟାଗ୍ରହ । ପ୍ରତିବାଦ କରୁଥିବା କର୍ମୀମାନେ ‘ପ୍ରଥମେ ଭୋଟ ଚୋରି, ଏବେ ସିଟ୍ ଚୋରି’ ଓ ‘ନିର୍ବାଚନ କମିଶନଙ୍କ ନିର୍ଲଜ୍ଜ ଅବମାନନା’ ଲେଖାଥିବା ବ୍ୟାନର ଧରିଥିବା ଦେଖାଯାଇଥିଲା। ମୀନାକ୍ଷୀ ନଟରାଜନଙ୍କ ରାଜ୍ୟସଭା ନାମାଙ୍କନକୁ ଅଗଣତାନ୍ତ୍ରିକ ଓ ଅନ୍ୟାୟ ଭାବେ ନାକଚ କରାଯିବାର ପ୍ରତିବାଦ କରିବା ଓ ଇସିଆଇ ମୁକ୍ତ, ନିରପେକ୍ଷ ଓ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ନୀତିକୁ ବଜାୟ ରଖିବା ପାଇଁ ସତ୍ୟାଗ୍ରହ ଆୟୋଜନ କରାଯାଇଥିଲା।

ମଧ୍ୟପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଉମଙ୍ଗ ସିଂହାର କହିଛନ୍ତି, ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କୁ ଆଜି ଏକ ନିଷ୍ପତ୍ତି ନେବାକୁ ପଡିବ, ଯାହା ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିବ। ଯଦି ସୁପ୍ରିମକୋର୍ଟ ଏହି ମାମଲାରେ ନିଷ୍ପତ୍ତି ନଦିଅନ୍ତି, ତେବେ ଏହା ଦେଶ ଓ ଗଣତନ୍ତ୍ର ପାଇଁ ବିପଦ ହେବ ବୋଲି କହିଛନ୍ତି।