ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ):ବିଜେପି ସରକାରକୁ ଦୁଇ ବର୍ଷ ପୁରି ତୃତୀୟ ବର୍ଷ ଆରମ୍ଭ ହୋଇଛି ହେଲେ, ଖାଲି ପଡ଼ିଛି ନିଗମ ଓ ବୋର୍ଡ ପଦ । ତେବେ ଅନେକ ଥର ନିଯୁକ୍ତି ପାଇଁ ତାଲିକା ହୋଇଥିଲେ ବି ଅଟକି ଯାଇଛି। ଅଙ୍କ ଛିଣ୍ଡୁ ନଥିବାରୁ ନିଯୁକ୍ତି ଦିଆଯାଇନାହିଁ। ତଥ୍ୟ ଅନୁସାରେ ୩୨ରୁ ଅଧିକ ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଛି। ଶତାଧିକ ସଦସ୍ୟ ପଦ ଖାଲି ପଡ଼ିଛି। ଅଧ୍ୟକ୍ଷ ଓ ସଦସ୍ୟ ନଥିବାରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବି ହୋଇପାରୁନି।
ତେବେ ଫାଙ୍କା ପଡ଼ିଥିବା ପଦ ଖୁବଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଅନେକ ଥର ନିଯୁକ୍ତି ପାଇଁ ତାଲିକା ହୋଇଥିଲେ ବି ଅଟକି ଯାଇଛି। ଅଙ୍କ ଛିଣ୍ଡୁ ନଥିବାରୁ ନିଯୁକ୍ତି ଦିଆଯାଇନାହିଁ। ତଥ୍ୟ ଅନୁସାରେ ୩୨ରୁ ଅଧିକ ବୋର୍ଡ ଓ ନିଗମର ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଛି। ଶତାଧିକ ସଦସ୍ୟ ପଦ ଖାଲି ପଡ଼ିଛି। ଅଧ୍ୟକ୍ଷ ଓ ସଦସ୍ୟ ନଥିବାରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବି ହୋଇପାରୁନି। ତେବେ ଫାଙ୍କା ପଡ଼ିଥିବା ପଦ ଖୁବଶୀଘ୍ର ପୂରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
