ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଇରାନ-ଆମେରିକା ଶାନ୍ତି ଚୁକ୍ତିକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆରେ ବିବାଦର ଅନ୍ତ ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଚୁକ୍ତିକୁ ମୁଁ ସ୍ୱାଗତ କରୁଛି । ଏହି ବିବାଦ ସାରା ବିଶ୍ୱରେ ଗମ୍ଭୀର ଆର୍ଥିକ ଅସ୍ଥିରତା ଏବଂ ଅନେକ ଦେଶରେ ଜୀବନ ଏବଂ ସମ୍ପତ୍ତିର କ୍ଷତି କରିଛି ।ସେ କହିଛନ୍ତି,ଭାରତ ଆଶା କରୁଛି ଯେ, ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା

ଫଳରେ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପୁନଃସ୍ଥାପିତ ହେବ। ଏହା ସହିତ ଗତିବିଧି ଏବଂ ବାଣିଜ୍ୟର ସ୍ୱାଧୀନତା ସୁନିଶ୍ଚିତ ହେବ। ଦୁଇ ପକ୍ଷ ମଧ୍ୟରେ ବାକି ଥିବା ସମସ୍ୟାଗୁଡ଼ିକ ମଧ୍ୟ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ଯାହା ଦ୍ୱାରା ଏକ ସ୍ଥାୟୀ ଚୂଡ଼ାନ୍ତ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।