ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି। ଆସନ୍ତାକାଲି ରାଇରଙ୍ଗପୁର ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଇରଙ୍ଗପୁରରେ ଏମ୍ସ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିର, କୁସୁମି ବ୍ଲକ୍ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକୁ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ, ବ୍ରହ୍ମାକୁମାରୀମାନଙ୍କ ମାତୃଶକ୍ତି ଭବନ, ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁର ପୁଲିସ ଜିଲ୍ଲାକୁ ଉଦଘାଟନ କରିବେ।

ଜୁନ୍ ୨୦ ତାରିଖରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାହାଡ଼ପୁରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ। ସେମାନେ ପାହାଡ଼ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ବୁଲି ଦେଖିବା ସହିତ ହିତାଧିକାରୀ ଓ ପିଲାମାନଙ୍କ ସହିତ ଭାବ ବିନିମୟ କରିବେ। ପରେ ସେମାନେ ରାଇରଙ୍ଗପୁରରେ ଏକ ଜନସଭାରେ ଯୋଗଦେବେ।