ୟୁପି(ସତ୍ୟପାଠ ବ୍ୟୁରୋ): ଡ୍ରେନ୍ ଭିତରେ ପଶି ଜନ୍ମଦିନ କେକ କାଟିଲେ ଆଗ୍ରାର ଜଣେ ବିଜେପି କାଉନସିଲର। ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି ଅବହେଳା ଏବଂ ଅଞ୍ଚଳରେ ଖରାପ ପରିମଳ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ୱେରେଜ୍ ଭର୍ତ୍ତି ଡ୍ରେନ୍ ଭିତରେ ପଶି ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ବିଜେପି କାଉନସିଲର କିଶନ ନାୟକ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଜମି ରହିଥିବା ପଚା ସ୍ୱେରେଜ୍ ପାଣିରେ ଠିଆ ହୋଇ ଏକ ଟେବୁଲ ଉପରେ ରଖାଯାଇଥିବା ଜନ୍ମଦିନ କେକ୍ କାଟୁଥିବା ଦୃଶ୍ୟ ଭାଇରାଲ ହୋଇଛି।ଏହି ପ୍ରତୀକାତ୍ମକ ପ୍ରତିବାଦର ଉଦ୍ଦେଶ୍ୟ ଥିଲା ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ନିରନ୍ତର ସ୍ୱେରେଜ୍ ସମସ୍ୟାକୁ ଉଜାଗର କରିବା। ସେ ଅଭିଯୋଗ କରିଛନ୍ତି ଯେ, ଖୋଲା ଡ୍ରେନ୍ ଏବଂ ଅସ୍ୱଚ୍ଛ ଅବସ୍ଥା ବିଷୟରେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଗ୍ରା ନଗର ନିଗମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛି। ସେ କହିଛନ୍ତି ଯେ କର୍ତ୍ତୃପକ୍ଷଙ୍କ ନିଷ୍କ୍ରିୟତା ତାଙ୍କୁ ଏଭଳି ପ୍ରତିବାଦ କରିବା ପାଇଁ ବାଧ୍ୟ କରିଥିଲା।
