ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଖୁବ ପ୍ରଂଶସା କରିଥିବାବେଳେ ଏହା ଏକ ଲଜ୍ଜାଜନକ ଘଟଣା ବୋଲି କହିଛନ୍ତି ବଲିଉଡ ଅଭିନେତ୍ରୀ କୁନିକା ସଦାନନ୍ଦ। ନିଟ-ୟୁଜି ପ୍ରଶ୍ନ ପତ୍ର ଲିକ ହୋଇଥିବାବେଳେ ଏ ନେଇ ତିଳେ ମାତ୍ର ଦୁଃଖ ପ୍ରକାଶ କରି ନଥିବାବେଳେ ଏଭଳି ସୋସିଆଲ ମିଡିଆରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ପ୍ରଂଶସା କରିବା ସତରେ ଲଜ୍ଜାଜନକ ବୋଲି ସେ କହିଛନ୍ତି। ନିଟ୍ ପ୍ରଶ୍ନ ପତ୍ର ଲିକ ନେଇ 20 ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବାବେଲେ ତାଙ୍କ ପ୍ରତି କେହି ସମବେଦନା ଜଣାଇ ନାହାନ୍ତି। ଏପରିକି ପେପର ଲିକ ନେଇ ଅନେକ ଆତ୍ମହତ୍ୟା କରିଥିବାବେଳେ ଏ ନେଇ କେହି ଦୁଃଖ ପ୍ରକାଶ ବି କରି ନାହାନ୍ତି। ଦେଶର ଶିକ୍ଷା ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରିବା ବଦଳରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଂଶସା କରିବା ସତରେ ଲଜ୍ଜାଜନକ ବିଷୟ ବୋଲି ସେ କହିଛନ୍ତି। ଗତକାଲି ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେବା ସହ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ଦିଗରେ ତାଙ୍କର ‘ପ୍ରଶଂସନୀୟ ପ୍ରୟାସ’କୁ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଲେଖିଥିଲେ, କେନ୍ଦ୍ର ମନ୍ତ୍ରୀ ଶ୍ରୀପ୍ରଧାନମନ୍ତ୍ରୀ ମୋଦିଙ୍କୁ କୁନିକା ସଦାନନ୍ଦଙ୍କ ସମାଲୋଚନା
ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଂଶସା କରିବା ଲଜ୍ଜାଜନକ ଧର୍ମେନ୍ଦ୍ର ପ୍ରଧାନ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା। ସେ ଭାରତକୁ ଜ୍ଞାନ, ଶିକ୍ଷା ଏବଂ ନବସୃଜନର ଏକ ବିଶ୍ୱବ୍ୟାପୀ କେନ୍ଦ୍ର କରିବା ପାଇଁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଦିଗରେ ପ୍ରଶଂସନୀୟ ପ୍ରୟାସ କରୁଛନ୍ତି। ମୁଁ ତାଙ୍କ ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ବାସ୍ଥ୍ୟ କାମନା କରୁଛି। ଯାହାକୁ ନେଇ ମୋଦିଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।