ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ଛାତ୍ରୀ ସମ୍ମିଳନୀରେ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ମହିଳାଙ୍କର ବିକାଶ ହେଲେ ହିଁ ଦେଶର ବିକାଶ ହେବ। ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପାଇଁ ପଶ୍ଚିମବଙ୍ଗ ହୋଇପାରିଥିଲା। ତାଙ୍କ ଅଖଣ୍ଡ ଉଦ୍ୟମ ପାଇଁ ଏହା ହୋଇପାରିଥିଲା। ଦେଶର ଜଣେ ନିର୍ବିବାଦୀୟ ନେତା ଭାବେ ଭାରତ ବର୍ଷରେ ଚିହିଁତ ଥିଲେ। ସର୍ଦ୍ଦାର ବଲ୍ଳଭ ଭାଇ ପଟେଲ ତାଙ୍କର ଜଣେ ବଡ଼ ସମର୍ଥକ ଥିଲେ ବୋଲି ସେ କହିଛନ୍ତି। ବିକଶିତ ଓଡିଶା ଏବଂ ବିକଶିତ ଭାରତ ଗଠନ ପାଇଁ ମହିଳାଙ୍କୁ ଅଗ୍ରାଧିକାର ଦେବା ନିହାତି ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ବିଜେପି ସରକାରର ସଂକଳ୍ପ ପତ୍ରକୁ ବିଶ୍ୱାସ କରି ନୂଆ ସରକାର ଆଣିଥିଲେ ରାଜ୍ୟବାସୀ। ଆମ ସରକାର ଆସିବା ପରେ ମହିଳାଙ୍କୁ ସଶକ୍ତ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିଲେ । ଶପଥ ଗ୍ରହଣ ପରଠାରୁ ଦୁଇ ବର୍ଷ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି । ସୁଭଦ୍ରା ଯୋଜନାଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଲ ଯୋଜନା ଭଳି ଯୋଜନା କରାଯାଇଛି । ଏହାଦ୍ୱାରା ରାଜ୍ୟର କୋଟି କୋଟି ମହିଳା ଉପକୃତ ହୋଇପାରୁଛନ୍ତି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ରାଜ୍ୟ ସରକାର ରେକର୍ଡ ସୃଷ୍ଟି କରିପାରିଛନ୍ତି । ଏହି ଅବସରରେ ଯୌତୁକ ପ୍ରଥାକୁ ଅତ୍ୟନ୍ତ କଡା ଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ। ଯୌତୁକ ପ୍ରଥା ଏକ ଖରାପ ବ୍ୟବସ୍ଥା। ଗରିବ ପିତାମାତାମାନେ ଯୌତୁକ ସହିତ ନିଜ ଝିଅକୁ ବିବାହ କରାଇବା ବଡ଼ କଠିନ କାମ। ଯୌତୁକ ଜନିତ ନିର୍ଯାତନାର ଶିକାର ହେଉଥିଲେ ମହିଳା, ବୋହୁଙ୍କୁ ଜିଅନ୍ତା ମାରିଦିଆଯାଉଥିଲା । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅର ପିତାମାତାଙ୍କୁ କଷ୍ଟ ଲାଘବ କରିବାରେ ସହାୟକ ହୋଇପାରିଛି । ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଡ. ଶ୍ୟାମା ପ୍ରସାଦ ମୂଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ଅବସରରେ ଛାତ୍ରୀ ସମ୍ମିଳନୀ ସୋଆ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀଐଶ୍ୱର୍ଯ୍ୟା ବିଶ୍ୱାଳ। ଅନ୍ୟତମ ଅତିଥି ଭାବେ ମଧୁମିତା ଦାସ, ପୂର୍ବତନ କୁଳପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବ୍ୟୁତପ୍ରଜ୍ଞା ତ୍ରିପାଠୀ, ଚଳଚିତ୍ର ନିର୍ମାତା, ଫିକିର ସଦସ୍ୟ ଏବଂ ସ୍ମୃତି ପଟ୍ଟନାୟକ, ପୂର୍ବତନ ସଭାନେତ୍ରୀ, ବିଜେପି ମହିଳା ମୋର୍ଚ୍ଚା ପ୍ରମୁଖ ଉପସ୍ଥିତ ଥିଲେ ।