ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): କେଜି ରୁ ପିଜି ନାମଲେଖା ପାଇଁ ଖୁବଶୀଘ୍ର ଆସିବ ସ୍ବତନ୍ତ୍ର ଗାଇଡଲାଇନ୍। ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଉଚ୍ଚଶିକ୍ଷାରେ ନାମଲେଖା ପାଇଁ ବିଶ୍ୱବିଦ୍ୟାଳୟ, କଲେଜ, ଅଣ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକ ପାଇଁ ଏସଓପି  ସୋମବାର ଆସିବ। ଆଡମିସନକୁ ନେଇ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ। କଲେଜରେ ଆଡମିଶନ ପାଇଁ ସମସ୍ତ ଅର୍ଥ ପିଲାଙ୍କଠାରୁ ଆଦାୟ ନ ହୋଇ ସରକାର ଭରଣା କରିବେ। ରିଆଡମିଶନ ଫି ମଧ୍ୟ ଛାଡ ହେବ। ଯେଉଁମାନେ ଆଗୁଆ ପଇସା ଦେଇ ଆଡମିସନ କରିଛନ୍ତି ତାଙ୍କ ପଇସା ଫେରସ୍ତ ହେବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି।