CAG ରିପୋର୍ଟ; ଓଡ଼ିଶାର ଅର୍ଥନୀତି ବଢ଼ିଛି ୧୧.୪% ହେଲେ ରାଜସ୍ବ ସଂଗ୍ରହ ଢାଞ୍ଚା ଦୁର୍ବଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): CAG ରିପୋର୍ଟ ଅନୁସାରେ ଓଡ଼ିଶାର ଅର୍ଥନୀତି ବଢ଼ିଛି ୧୧.୪% । ହେଲେ ରାଜସ୍ବ ସଂଗ୍ରହ ଢାଞ୍ଚା ଦୁର୍ବଳ । ତେବେ ଓଡ଼ିଶା ଅର୍ଥନୀତି ୨୦୨୩-୨୪ ଆର୍ଥିକବର୍ଷ ତୁଳନାରେ ୨୦୨୪-୨୫ରେ ୧୧.୪୦ ପ୍ରତିଶତ ହାରରେ ବଢ଼ିଛି। ରାଜ୍ୟର ମୋଟ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ୮.୯୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହା ୫.୪୦ ଲକ୍ଷ କୋଟି ଟଙ୍କାରେ ରହିଥିଲା।

ତେଣୁ ବାର୍ଷିକ ବିକାଶ ହାର ଏହି ସମୟ ମଧ୍ୟରେ ୧୩.୩୦ ପ୍ରତିଶତ ରହିଛି ବୋଲି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ପକ୍ଷରୁ ୨୦୨୪-୨୫ ଆର୍ଥିକବର୍ଷ ପାଇଁ ଉପସ୍ଥାପିତ ରିପୋର୍ଟରୁ ଜଣାପଡ଼ିଛି। ରାଜ୍ୟ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରୁଥିଲେ ମଧ୍ୟ ରାଜସ୍ବ ସଂଗ୍ରହ ଢାଞ୍ଚା ଦୁର୍ବଳ ରହିଛି। ଏଥିସହିତ ବ୍ୟୟ ପରିଚାଳନା ଓ ଆର୍ଥିକ ରିପୋର୍ଟିଂ ଯାହା ରହିଛି ସେଥିରେ ରାଜ୍ୟର ଦୀର୍ଘମିଆଦୀ ବିତ୍ତୀୟ ସ୍ଥିତି ଖରାପ ହେବ ବୋଲି ସତର୍କ କରାଇ ଦେଇଛନ୍ତି ସିଏଜି।

Related Posts