ରାଉରକେଲା: ଡକାୟତି ଯୋଜନା ପଣ୍ଡ। ପ୍ଲାଣ୍ଟ ସାଇଟ୍ ପୋଲିସ ସୂଚନା ପାଇ ଟ୍ରାଫିକ ଗେଟ ପାଖ ଅନ୍ଧାରିଆ ଜାଗାରେ ୫ଜଣ ଅଭିଯୁକ୍ତ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଚଢ଼ଉ କରି ସମସ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ମାନେ ବଣ୍ଟି ମାନସୁରି (୩୨), ଶମ୍ଭୁ ରାମ(୨୩), ବିଶାଲ ତନ୍ତୀ(୧୯), ଏମ୍ ଡି ସହିଦ (୧୯), ଇର୍ଫାନ ଖାନ (୧୯)। ବିଭିନ୍ନ ଥାନାରେ ବଣ୍ଟି ନାଁରେ ୭ଟି, ଶମ୍ଭୁ ନାଁ ୧୬ଟି, ବିଶାଲ ନାଁରେ ୭ଟି, ଏମ୍ ଡି ସହିଦ ନାଁରେ ଗୋଟିଏ ମାମଲା ରହିଛି। ପୋଲିସ ଏମାନଙ୍କଠାରୁ ଜବତ କରିଛି ୨ଟି ଶୋଡ, ୨ଟି ଲୁହା ରଡ, ୨ଟି ଖଣ୍ଡା। ସମସ୍ତ ଅପରାଧୀକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
