ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆରମ୍ଭ ହେଲା ସକାଳୁଆ ସ୍କୁଲ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆରମ୍ଭ ହେଲା ସକାଳୁଆ ସ୍କୁଲ । ଏନେଇ ଗଣଶିକ୍ଷା ବିଭାଗ ଏକ ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି । ତେବେ ସକାଳ ୬:୩୦ ମିନିଟରୁ ବିଦ୍ୟାଳୟ କାର୍ଯ୍ୟ ଆରମ୍ଭ ହୋଇ ଦିନ ୧୦:୩୦ମିନିଟ ପର୍ଯ୍ୟନ୍ତ ଚାଲିବ। ଏହି ନିୟମ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ପାଇଁ ସମାନ ଭାବେ ଲାଗୁ ହେବ।

ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ପର୍ଯ୍ୟନ୍ତ ଏହି ସକାଳୁଆ ସ୍କୁଲ ବ୍ୟବସ୍ଥା ଜାରି ରହିବ। ସେପଟେ ଗଣଶିକ୍ଷା ସଚିବ ଏହି ସୂଚନା ଦେବା ସହ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ କଡ଼ାକଡ଼ି ଭାବେ ପାଳନ କରିବାକୁ ଚିଠି ଲେଖିଛନ୍ତି। ବିଦ୍ୟାଳୟଗୁଡ଼ିକରେ ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସୁବିଧା ପ୍ରତି ଧ୍ୟାନ ଦେବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

Related Posts