ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏଣିକି ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତେବେ ଖୁଵ୍ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍ଓପି । ଝିଅ ଜନ୍ମ ହେବାର ବର୍ଷକ ଭିତରେ ତା ଖାତାକୁ ସରକାର ଟଙ୍କା ପଠାଇବେ ବୋଲି ସେ କହିଛନ୍ତି । ସେପଟେ ୨୧ ବର୍ଷ ବେଳକୁ ଆକାଉଣ୍ଟକୁ ସରକାର ଲକ୍ଷାଧିକ ଟଙ୍କା ଦେଇ ସାରିଥିବେ । ଏସ୍ଓପି ଚୂଡାନ୍ତ ହେବା ପରେ ରୂପରେଖ ସାମ୍ନାକୁ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ବଜେଟରେ କନ୍ୟା ସୁମଙ୍ଗଳ ଯୋଜନା ନେଇ ଘୋଷଣା ହୋଇଥିଲା । କନ୍ୟା ସୁମଙ୍ଗଳ ଯୋଜନା ଏଜୁକେସନ ବେସଡ଼ ହେବ ବୋଲି ସୂଚନା ଦିଆଯାଇଥିଲା । ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ ।





