ରାଉରକେଲା, (ସତ୍ୟପାଠ ବ୍ୟୁରୋ ): ସ୍ଥାନୀୟ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା  ଅଞ୍ଚଳରେ ଉଦୟ ସାହୁଙ୍କ ଜୁଏଲାରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି। ବିଳମ୍ବିତ ରାତିରେ ୬ ଜଣ ମୁଖା ପିନ୍ଧା ଡକାୟତ ଦୋକାନ ଭିତରେ ପଶି ୩୦ ଗ୍ରାମ୍ ସୁନା ଗହଣା, ୧୫ କିଲୋରୁ ଊର୍ଦ୍ଧ୍ୱ ରୂପା ଗହଣା ଲୁଟି ନେଇଛନ୍ତି। ସକାଳେ ଦୋକାନ ଖୋଲିବା ପାଇଁ ଆସି ଶ୍ରୀ ସାହୁ ଦେଖିଥିଲେ ତାଲା ଭାଙ୍ଗି ଚୋରି ହୋଇଛି । ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ସିସି ଟିଭି ଯାଞ୍ଚ କରି ତଦନ୍ତ ଜାରି ରଖିଛି।