ସବୁବେଳେ ସାଧାରଣ ମଣିଷ ପାଇଁ କହିଥାଏ; ମୁଁ ଚୁପ୍ ଅଛି, ହାରିଯାଇ ନାହିଁ: ରାଘବ ଚଢା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଘବ ଚଢାଙ୍କୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା । ଏହା ମଧ୍ୟରେ ରାଘବ ଚଢାଙ୍କ ବଡ ବୟାନ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି । ତେବେ ଯେତେବେଳେ ବି ମୁଁ ସଂସଦରେ କହିବାର ସୁଯୋଗ ପାଏ, ମୁଁ ସର୍ବସାଧାରଣ ପ୍ରସଙ୍ଗ ଉଠାଇଥାଏ। ମୁଁ ଏପରି ବିଷୟ ଉଠାଏ ଯାହା ସଂସଦରେ କ୍ୱଚିତ୍ ଚର୍ଚ୍ଚା ହୁଏ। ଲୋକଙ୍କ ପ୍ରସଙ୍ଗ ଉଠାଇବା ଅପରାଧ କି? ମୁଁ କିଛି ଭୁଲ୍ କରିଛି କି? ଗୁରୁବାର ଆମ୍ ଆଦମୀ ପାର୍ଟି ରାଜ୍ୟସଭା ସଚିବାଳୟକୁ ଚିଠି ଲେଖି ରାଘବ ଚଢାଙ୍କୁ ଗୃହର ଉପନେତା ପଦରୁ ହଟାଇ ତାଙ୍କ ସ୍ଥାନରେ ପଞ୍ଜାବ ସାଂସଦ ଅଶୋକ ମିତ୍ତଲଙ୍କୁ ଉପନେତା ମାନ୍ୟତା ଦେବାକୁ ଅନୁରୋଧ କରିଛି। ଏହାପରେ କ୍ଷୁବ୍ଧ ଚଢ଼ା କହିଛନ୍ତି, କେହି କାହିଁକି ମୋତେ କହିବାରୁ ଅଟକାଇବାକୁ ଚାହିବେ? ମୁଁ ସବୁବେଳେ ‘ସାଧାରଣ ମଣିଷ’ ପାଇଁ କହିଥାଏ। ମୁଁ ବିମାନବନ୍ଦରରେ ବିକ୍ରି ହେଉଥିବା ମହଙ୍ଗା ଖାଦ୍ୟ ବିଷୟରେ କହିଥିଲି ଏବଂ ଗିଗ୍ ଶ୍ରମିକଙ୍କ ପ୍ରସଙ୍ଗ ଉଠାଇଥିଲି।

ମୁଁ ଖାଦ୍ୟ ଅପମିଶ୍ରଣ ପ୍ରସଙ୍ଗ ଉଠାଇଥିଲି। ରାଜ୍ୟସଭାରେ ଟୋଲ୍ ପ୍ଲାଜା ଓ ବ୍ୟାଙ୍କ ଲୁଟ୍, ଟିକସଦାତା, ପ୍ରିପେଡ୍ ମୋବାଇଲ୍ ପ୍ଲାନ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇଥିଲି। ଏହି ଆଲୋଚନା ସାଧାରଣ ଜନତାଙ୍କୁ ସାହାଯ୍ୟ କରିଥିଲା । କିନ୍ତୁ ଏହି ପ୍ରସଙ୍ଗଗୁଡ଼ିକ ଆମ୍ ଆଦମୀ ପାର୍ଟିକୁ କିପରି ପ୍ରଭାବିତ କରିଥିଲା ବୋଲି ଚଢ଼ା ପ୍ରଶ୍ନ କରିଛନ୍ତି। ରାଜ୍ୟସଭାରେ ଉପନେତା ପଦରୁ ତାଙ୍କ ବହିଷ୍କାର ପଛରେ ଥିବା ଲୋକଙ୍କୁ ଏକ କଡ଼ା ବାର୍ତ୍ତା ଦେଇ ଚଢା କହିଛନ୍ତି, ମୁଁ ଚୁପ୍ ଅଛି, ହାରିଯାଇ ନାହିଁ ବୋଲି ରାଘବ ଚଢ଼ା କହିଛନ୍ତି ।

Related Posts