ଭୁବନେଶ୍ବର (ସତ୍ୟପାଠବ୍ୟୁରୋ): ବିଶିଷ୍ଟ ପୋଲିସ୍ ସେବା ପୁରସ୍କାର ୨୦୨୬ ଘୋଷଣା ହୋଇଛି। ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ୍ ସେବା ପୁରସ୍କାର। ୫ ଜଣଙ୍କୁ ସାହସିକତା ଓ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ପ୍ରଶଂସନୀୟ ସେବା ପଦକ ପାଇଁ ୧୦ ଜଣ ମନୋନୀତ ହୋଇଛନ୍ତି। ଏଡିଜି ସଂଜୀବ ପଣ୍ଡା ଓ ଡିଏସପି ସ୍ମିତାରାଣୀ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ସବ୍ ଇନ୍ସପେକ୍ଟର ମନ୍ମଥ ମହାପାତ୍ରଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ। ସେହିଭଳି ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, କମାଣ୍ଡୋ ସୁମନ୍ ପୁନ୍, କମାଣ୍ଡୋ ସୁରେଶ ଚନ୍ଦ୍ର ପୁଟାଙ୍କୁ ସାହସିକତା ପଦକ ମିଳିବ। ସେପଟେ ଅଗ୍ନିଶମ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତି ଓ ୨ ଜଣଙ୍କୁ ସାହସିକତା ପଦକ ମିଳିବ। ଅଗ୍ନିଶମ ସେବାରେ ଏଏସଓ ମଳୟ ମହାନ୍ତି ରାଷ୍ଟ୍ରପତି ପଦକ ପାଇବେ। ବେସାମରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ସେବାରେ ଜଣଙ୍କୁ ସାହସିକତା ପଦକ ମିଳିବ। ସଂସ୍କାରମୂଳକ ସେବା ପାଇଁ ୨ ଜଣଙ୍କୁ ସାହସିକତା ପଦକ ପ୍ରଦାନ କରାଯିବ।