ଇରାନର କଡ଼ା ଆଭିମୁଖ୍ୟ; ମିଳିତ ଜାତିସଂଘକୁ ଇରାନର ଚେତାବନୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମେରିକା – ଇରାନ ଯୁଦ୍ଧ ମଧ୍ୟରେ ଇରାନର କଡ଼ା ଆଭିମୁଖ୍ୟ। ମିଳିତ ଜାତିସଂଘକୁ ଇରାନର ଚେତାବନୀ। ତେବେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ସୁରକ୍ଷା ଦେବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆଗତ ହେବାକୁ ଥିବା ଚିଠା ପ୍ରସ୍ତାବକୁ ନେଇ ଇରାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।

ଇରାନ ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗଚି କହିଛନ୍ତି ଯେ, ସୁରକ୍ଷା ପରିଷଦରେ କୌଣସି ବି ଉତ୍ତେଜନାମୂଳକ ପଦକ୍ଷେପ ପରିସ୍ଥିତିକୁ କେବଳ ଜଟିଳ କରିବ। ବହାରିନ ପକ୍ଷରୁ ଆଗତ ଏହି ପ୍ରସ୍ତାବରେ ହର୍ମୁଜ ପ୍ରଣାଳୀରେ ଜାହାଜଗୁଡ଼ିକର ସୁରକ୍ଷା ପାଇଁ “ରକ୍ଷଣାତ୍ମକ ବଳ” ପ୍ରୟୋଗ କରିବାକୁ ଅନୁମତି ମଗାଯାଇଥିବା ବେଳେ, ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବାର ଦେଖିବାକୁ ମିଳିଛି ।

Related Posts