ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମେରିକା – ଇରାନ ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଶେଷ ଚେତାବନୀ ଦେଇ କହିଛନ୍ତି ଯେ, ସମୟ ଶେଷ ହେବା ପୂର୍ବରୁ ବୁଝାମଣା କରନ୍ତୁ, ନଚେତ୍ ଆମେରିକୀୟ ସେନା ଇରାନର ସେତୁ ଓ ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକୁ ଧ୍ୱଂସ କରିବା ଆରମ୍ଭ କରିବ। ବର୍ତ୍ତମାନ ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରୁଥିବା ବହାରିନର ଏହି ଚିଠା ପ୍ରସ୍ତାବକୁ ଆମେରିକା ଓ ଗଲ୍ଫ ଦେଶଗୁଡ଼ିକ ସମର୍ଥନ କରୁଥିବା ବେଳେ ରୁଷିଆ, ଚୀନ ଓ ଫ୍ରାନ୍ସ ଏଥିରେ ଆପତ୍ତି ଦର୍ଶାଇଛନ୍ତି। ଆପତ୍ତି ପରେ ଚାରିଥର ସଂଶୋଧନ କରାଯାଇଥିବା ଏହି ପ୍ରସ୍ତାବ ଉପରେ ଶନିବାର ଭୋଟ୍ ଗ୍ରହଣ ହେବାର ସମ୍ଭାବନା ରହିଛି।
ବିଶ୍ୱର ଏକ ପଞ୍ଚମାଂଶ ତୈଳ ରପ୍ତାନି ହେଉଥିବା ଏହି ସାମୁଦ୍ରିକ ପଥରେ ଇରାନର କ୍ରମାଗତ ଆକ୍ରମଣ ଯୋଗୁଁ ଜାହାଜ ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଛି। ଏହି ସଙ୍କଟଜନକ ସ୍ଥିତିରେ ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ ଆମେରିକା ସେନା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏବଂ ସେମାନେ ଏପର୍ଯ୍ୟନ୍ତ ଇରାନକୁ ଧ୍ୱଂସ କରିବା ଆରମ୍ଭ କରିନାହାଁନ୍ତି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।





