ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ଓ ପରେ ବିବାହ କରିବାକୁ ମନା କରିବା ଅଭିଯୋଗରେ ପୋଲିସ ପ୍ରେମିକ ଘରେ ନୋଟିସ୍‌ ଲଗାଇଛି। ଆସନ୍ତା ୨୦ ତାରିଖ ଦିନ ଥାନାରେ ହାଜର ହେବାକୁ ନୋଟିସରେ ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ତେବେ ତଦନ୍ତରେ ଯୁବକ ଓ ତାଙ୍କ ପରିବାର ସହଯୋଗ ନ କରିବାରୁ ଏହି ନୋଟିସ୍‌ ଲଗାଯାଇଥିବା ଜଣାପଡ଼ିଛି।

ଅଭିଯୋଗ ଅନୁସାରେ, ଯୁବତୀ ଜଣଙ୍କ ଗତ ଫେବୃଆରୀ ମାସରେ ମଞ୍ଚେଶ୍ୱର ଥାନାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଯୁବତୀ ଜଣକ ହଷ୍ଟେଲ ରହୁଥିବାବେଳେ ରସୁଲଗଡ଼ର ଅବିନାଶ ମହାପାତ୍ର ନାମକ ଯୁବକଙ୍କ ସହ ପରିଚୟ ହୋଇଥିଲା। ପରେ ଅବିନାଶ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଅବିନାଶ ସହ ଯୁବତୀଙ୍କ ନିର୍ବନ୍ଧ ଶେଷ େହାଇଥିଲା। ତେବେ ଝିଅଘର ପରିବାର ଲୋକେ ବିବାହ ତାରିଖ ଠିକ୍ କରିବା ପରେ ପୁଅର ପରିବାର ଲୋକ କୌଣସି କାରଣକୁ ନେଇ ବିବାହ କରିବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଯୁବତୀଜଣଙ୍କ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ କରି ଅବିନାଶକୁ ଗିରଫ କରି େକାର୍ଟ ଚାଲାଣ କରିଥିଲା। ତେବେ େକାର୍ଟରେ ଏହି ମାମଲା ବିଚାରଧୀନ ଥÒବା େବଳେ ଅବିନାଶ ଏବେ କୋର୍ଟରୁ ଜାମିନରେ ଆସିଛନ୍ତି। ହେଲେ ଏହି ମାମଲାର ତଦନ୍ତ ଲାଗି କୋର୍ଟ ନିର୍ଦେଶ ଦେଇଥିଲେ ବି ଦୀର୍ଘ ୪ ମାସ ହେବ ପୋଲିସକୁ ଧରାଛୁଆଁ ଦେଉ ନାହାନ୍ତି ପୂରା ପରିବାର। ତଦନ୍ତ ଲାଗି ପ୍ରେମିକ ଘରୁ ବାରମ୍ବାର ଫେରିବା ପରେ ଶେଷରେ ନୋଟିସ ଲଗାଇଛି ମଞ୍ଚେଶ୍ୱର ପୋଲିସ। ଆସନ୍ତା ୨୦ ତାରିଖ ଦିନ ଥାନାରେ ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି। ଏ ନେଇ ପୋଲିସ, ଯୁବତୀ ଓ ପ୍ରେମିକ ପରିବାର ପକ୍ଷରୁ ପତିକ୍ରିୟା ମିଳିପାରିନି।