ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ରାଜନୀତି ବେଶ୍ ସରଗରମ । ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ମମତା କହିଛନ୍ତି, ଯଦି ଭୋଟର ତାଲିକାରେ ଅନୁପ୍ରବେଶକାରୀଙ୍କ ନାଁ ରହିଛି ତେବେ ପ୍ରଥମେ ମୋଦୀ ଇସ୍ତଫା ଦେବା ଉଚିତ। ଦକ୍ଷିଣ ଦିନାଜପୁରରେ ଏକ ରାଲିରେ ଉଦ୍ବୋଧନ ଦେଇ ମମତା କହିଛନ୍ତି, ଯଦି ଭୋଟର ତାଲିକାରେ ଅନୁପ୍ରବେଶକାରୀଙ୍କ ନାଁ ଅଛି ତେବେ ମୋଦୀ ବି ଇସ୍ତଫା ଦେବା ଉଚିତ କାରଣ ମୋଦୀ ସେମାନଙ୍କ ଭୋଟ୍ ପାଇ ଜିତିଛନ୍ତି। ସେପଟେ ନିର୍ବାଚନୀ ତାଲିକାକୁ ନେଇ ଯେଉଁସବୁ ଅଭିଯୋଗ ହୋଇଛି ମମତାତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନରେ ବ୍ୟବହାର ହୋଇଥିବା ଏହି ସମାନ ଭୋଟର ତାଲିକାକୁ ବିଧାନସଭା ନିର୍ବାଚନ ପୂର୍ବରୁ ଚ୍ୟାଲେଞ୍ଜ କରାଯାଉଛି। ମାଲଦା ଜିଲ୍ଲାରେ ନିକଟରେ ଘଟିଥିବା ଘଟଣାରେ ମଧ୍ୟ ମମତା ଟିପ୍ପଣୀ ରଖିଛନ୍ତି। ମମତା ଏଥିପାଇଁ ଏଆଇଏମ୍ଆଇଏମ୍ ଏବଂ ଆଇଏସଏଫ୍କୁ ଦାୟୀ କରିଛନ୍ତି।





