ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସାମ ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ବଢିବାରେ ଲାଗିଛି । ତେବେ ଏହା ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ବୟାନ ସାମ୍ନାକୁ ଆସିଥିବାର ଦେଖିବାକୁ ମିଳିଛି । ତେବେ ଭାରତୀୟ ଜନତା ପାର୍ଟି ଯଦି ତୃତୀୟ ଥର ପାଇଁ କ୍ଷମତାକୁ ଆସିଥାଏ, ତାହେଲେ ସେ ଆସାମର ପ୍ରତ୍ୟେକ ଆଦିବାସୀ ପରିବାରକୁ ଗୋଟିଏ ଗାଈ ଏବଂ ଗୋଟିଏ ମାଇଁଶି ଦେବେ ବୋଲି ଦଳର ବରିଷ୍ଠ ନେତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି। ସେପଟେ ପଶ୍ଚିମ ଆସାମର ଗୋଲପାରା ଜିଲ୍ଲାର ଦୁଧନୋଇରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ଏପରି କହୁଥିବାର ଦେଖିବାକୁ ମିଳିଛି । ଏହା ସହ ବିଜେପିର ଆଦିବାସୀ-ସମର୍ଥକ ଦୃଷ୍ଟିକୋଣକୁ ଗୁରୁତ୍ୱ ଦେଇ ଶ୍ରୀ ଶାହା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଦାୟିତ୍ୱ ଗ୍ରହଣ କରିବା ପରେ ଆଦିବାସୀଙ୍କ ପାଇଁ କେନ୍ଦ୍ରୀୟ ବଜେଟ୍ ସ୍ଥିର ₹୨୫,୦୦୦ କୋଟିରୁ ୧.୩୮ ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ରାଷ୍ଟ୍ରପତି କରି ବିଜେପି ଆଦିବାସୀ ଲୋକଙ୍କୁ ସେମାନଙ୍କର ଯୋଗ୍ୟ ସମ୍ମାନ ଦେଇଛି ହେଲେ କଂଗ୍ରେସ ଶାସନ ସମୟରେ ଆଦିବାସୀ ଲୋକଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଥିଲା ବୋଲି ଅମିତ୍ ଶାହା କହିଛନ୍ତି ।