ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏଣିକି ଶ୍ରମିକ ଓ ଛାତ୍ରଛାତ୍ରୀ ID ଦେଖାଇ କିଣିପାରିବେ ୫ କେଜି ଗ୍ୟାସ୍ । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ପଷ୍ଟୀକରଣ ଦେଇଥିବାର ଦେଖିବାକୁ ମିଳିଛି । ସେପଟେ ୫ ଲିଟରିଆ ଗ୍ୟାସ୍ ଟାଙ୍କିକୁ ସରକାର ସଂପୂର୍ଣ୍ଣ ବ୍ୟାନ କରିଛନ୍ତି। ତେବେ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ ପରିଚୟପଚ୍ର ଦେଖାଇ କିଣିପାରିବେ ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ହେଉଥିବା ୫ କେଜି ଗ୍ୟାସ୍ କିଣିପାରିବେ। e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ ବୋଲି ସୂଚନା ମିଳିଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରବିବାର ଦିନ ବଡ଼ ବୟାନ ଦେଇଥିଲେ। ସେ କହିଥିଲେ କି, ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଏଣିକି ଖୋଲା ବଜାରରେ ଗ୍ୟାସ୍ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ଖୋଲା ବଜାରରେ ଆଉ ଗ୍ୟାସ୍ ବିକ୍ରି କରାଯାଇପାରିବନାହିଁ । ଏହାସହିତ ୫ କେଜି ବାଲା ଗ୍ୟାସ ସିଲିଣ୍ଡରରେ ବି ଗ୍ୟାସ୍ ଭର୍ତ୍ତି କରାଯିବନାହିଁ । ଗ୍ୟାସ୍ ବିକ୍ରି ନେଇ E-Kyc କରାଯିବ । କେବଳ ଯାହା ନାଁରେ କାର୍ଡ ଥିବା, ସେମାନେ ହିଁ ଗ୍ୟାସ୍ ଏଜେନ୍ସିରୁ ଗ୍ୟାସ ଟାଙ୍କି ନେଇପାରିବେ । ରାଜ୍ୟରେ ଏବେ ଗ୍ୟାସ୍ ଓ ପେଟ୍ରୋଲର କୌଣସି ଅଭାବ ନଥିବା ବେଳେ କଳାବଜାର ହେଉନଥିବା କହିଛନ୍ତି ମନ୍ତ୍ରୀ ।