ରାୟଗଡ଼ା, (ସତ୍ୟପାଠବ୍ୟୁରୋ): ରାୟଗଡ଼ା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜନ ଶୁଣାଣି ଶିବିର ଚାଲୁଥିବା ସମୟରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜେମାଦେଇପେଣ୍ଠ ଗାଁର ଏହି ପରିବାର ନିଜର ନ୍ୟାୟ ପାଇଁ ଶିବିରକୁ ଆସିଥିବା ସମୟରେ ଏଭଳି ଚରମ ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲେ। ତେବେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳି ଯାଇଛି।
ସୂଚନାଯୋଗ୍ୟ, ବାପା-ଦାଦାଙ୍କ ଅମଳରୁ ଚାଷ କରୁଥିଲେ ସରକାରୀ ଜମିରେ I କିନ୍ତୁ କିଛି ବର୍ଷ ହେଲା େଜାର ଜବରଦସ୍ତି କିଛି ପ୍ରଭାବଶାଳୀ ବ୍ୟକ୍ତି ଉକ୍ତ ଜମିକୁ ନିଜ ଆକ୍ତିରଆ କରି େନଇଛନ୍ତି। ଏପରିକି ଚାଷ କରୁଥିବା ୩ ଏକର ଜମିକୁ ଅନ୍ୟ ଜଣେ ବ୍ୟକ୍ତି ଜବରଦଖଲ କରି ମାଡ଼ି ବସିଛନ୍ତି। ଏହାକୁ ବିରୋଧ କଲେ ସଂଘବଦ୍ଧ ଭାବେ ମରଣାନ୍ତାକ ଆକ୍ରମଣ କରୁଛନ୍ତି। ଏ ସମ୍ପର୍କରେ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରି ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପରିବାର ନିରାଶ ହୋଇପଡ଼ିଥିଲା। ଅାଜି ପରିବାର େଲାକେ ହାତରେ କିଟନାଶକ ଧରି ଜନଶୁଣାଣିରେ ଅଭିଯୋଗ କରିବା ସମୟରେ ପରିବାରର ୫ ଜଣ ସଦସ୍ୟ ହଠାତ୍ ବିଷ ପିଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନେ ବିଷ ପିଇବା ପୂର୍ବରୁ ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ ସମସ୍ତଙ୍କୁ କାବୁ କରି ନେଇଥିଲେ ଏବଂ ବିଷ ବୋତଲ ଛଡ଼ାଇ ଆଣିଥିଲେ। ସମସ୍ତ ସଦସ୍ୟ ସୁରକ୍ଷିତ ଥିବା ଜଣାପଡ଼ିଛି ଏବଂ ଏହି ସମ୍ବେଦନଶୀଳ ଘଟଣା ପରେ ଜିଲ୍ଲା ପ୍ରଶାସନ ଓ ପୋଲିସ ତରଫରୁ ସେମାନଙ୍କ ଜମି ବିବାଦର ସମାଧାନ ପାଇଁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି ।